Hot Posts

6/recent/ticker-posts

ସେବା, ସୁଶାସନ ଓ ସମର୍ପଣର ଦୁଇ ବର୍ଷ।

କଟକ, ୧୮/୦୬ ( କାହୁଁ ଚରଣ ବାରିକ ) : ଲୋକଙ୍କ ସରକାରର ସଫଳ ୨ ବର୍ଷ ପୂର୍ତ୍ତି ଅବସରରେ ଆଜି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ପ୍ରସିଦ୍ଧ ରୂପା ତାରକସିର ସହର କଟକର ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟ ତଥା "Silver Filigree Hub - Tarakasi Hub" ଭାବେ ଗଢ଼ି ଉଠୁଥିବା ନୂତନ ଅଟ୍ଟାଳିକାର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ ଓ ତଦାରଖ କରିଥିଲେ । ଏହି ପରିଦର୍ଶନ ସମୟରେ କଟକ ସଦରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସେଠୀ ଏବଂ ଜଗତସିଂହପୁରର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ବିଭୁ ପ୍ରସାଦ ତରାଇ ମଧ୍ୟ ଉପସ୍ଥିତ ରହିଥିଲେ। କଟକର ଐତିହ୍ୟକୁ ବଜାୟ ରଖି ପ୍ରଶାସନିକ ସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ବିଜେପି ସରକାର ସଦାସର୍ବଦା ସଙ୍କଳ୍ପବଦ୍ଧ ବୋଲି ମନ୍ତ୍ରୀ ମତ ଦେଇଥିଲେ।