Hot Posts

6/recent/ticker-posts

କନ୍ଦରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନୂତନ ଶ୍ରେଣୀ ଗୃହର ଶିଳାନ୍ୟାସ

କଟକ, ୨୩/୦୬ ( କାହୁଁ ଚରଣ ବାରିକ ) : ଆଜି କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନ୍ଦରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ନୂତନ ଶ୍ରେଣୀ ଗୃହର ଭୂମି ପୂଜନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେବାର ସୌଭାଗ୍ୟ ମିଳିଲା। ଅଞ୍ଚଳର ବିଦ୍ୟାର୍ଥୀମାନଙ୍କୁ ଏକ ଉନ୍ନତ ଶିକ୍ଷାଦାନର ପରିବେଶ ଏବଂ ସୁଦୃଢ଼ ଭିତ୍ତିଭୂମି ଯୋଗାଇଦେବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ମା' ଶାରଦାଙ୍କ କୃପାରୁ ଏହି ନୂତନ ଗୃହ ନିର୍ମାଣ ଦ୍ୱାରା କୋମଳମତି ଶିଶୁମାନଙ୍କ ଶିକ୍ଷା ଗ୍ରହଣ ଆହୁରି ସହଜ ଓ ଆନନ୍ଦଦାୟକ ହେବ। ଏହି ଶୁଭ ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର କଟକ ସାଂସଦ ଶ୍ରୀଯୁକ୍ତ ଭର୍ତ୍ତୃହରି ମହତାବ,କଟକ ସଦର ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ସେଠି ମହୋଦୟ ଉପସ୍ଥିତ ଥିଲେ। ଏଥିସହ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ସାଧୁ ଚରଣ ଜେନା, ସମ୍ପାଦକ ଶ୍ରୀଯୁକ୍ତ ରାଧାକୃଷ୍ଣ ସ୍ୱାଇଁଙ୍କ ସମେତ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା, ପରିଚାଳନା ସମିତିର ସଦସ୍ୟ ଏବଂ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।