୩୨୬ ନଂ ରାଷ୍ଟ୍ରୀୟ ରାଜପଥ ସଙ୍କଟାବସ୍ଥା ।
କୋରାପୁଟ, ୧୭/୦୬ ( ବିପିନ କୁମାର ହିଆଲ ) : କୋରାପୁଟ ଜିଲ୍ଲା କୋରାପୁଟ ବ୍ଲକ ଅନ୍ତର୍ଗତ ମସ୍ତିପୁଟ ଗ୍ରାମ ପଞ୍ଚାୟତର ରୁଣ୍ଡିଆମ ଗ୍ରାମ ନିକଟସ୍ଥ ଭାରତ ମାଲା ସଡ଼କ ସଂଯୋଗ କରୁଥିବା ପୋଲ( ବ୍ରିଜ୍)ବହୁ ସଙ୍କଟାବସ୍ଥା ଅଛି ଏହା ପ୍ରତି କୌଣସି ରୋଡ ଡିପାର୍ଟମେଣ୍ଟ କିମ୍ବା ସରକାରୀ ପ୍ରଶାସନିକ ଅଧିକାରୀ କିମ୍ୱା ବିଭିନ୍ନ ମନ୍ତ୍ରୀମାନେ ଦୃଷ୍ଟି ଦେଉନାହାନ୍ତି । ଗତ କିଛି ମାସ ପୂର୍ବେ ମୋ ସମ୍ବାଦ ଓ ମିଡ଼ିଆ ଏଜ୍ ତରଫରୁ ସରକାରକୁ ଦୃଷ୍ଟି ଆକର୍ଷଣ କରିଥିଲୁ ତତ୍ ପରେ ଲୋକଙ୍କୁ ମନ ବୁଝିଲା ଭଳି ଉପରେ ଉପରେ ମରାମତି କରାଯାଇଥିଲା । କିନ୍ତୁ ଭିତରେ ବହୁତ୍ ବଡ ବଡ ଫାଟ ଥିଲା , ତାହା ଏବେ ବଡ଼ ସଙ୍କଟ ଦେଖା ଦେଇଛି । ବଡ଼ ବଡ଼ ମାଲବାହୀ ଟ୍ରକ ଓ ଓଜନିଆ ଯାନ ଗୁଡ଼ିକ ଯାତାୟତ କରୁଛି । ଏହି ସଡ଼କ କୋରାପୁଟ ଠାରୁ ବ୍ରହ୍ମପୁରକୁ ସଂଯୋଗ କରୁଥିବା ଏକ ମାତ୍ର ପଥ ଅଟେ । କାରଣ ବର୍ତ୍ତମାନ ବର୍ଷାଋତୁ ଆସିଛି , କେତେବେଳେ କିମ୍ୱା କେଉଁ ମୁହୁର୍ତ୍ତରେ ଭାଙ୍ଗିଯିବ ଓ କୋରାପୁଟରୁ ପୋଡ଼ାଗଡ, କାକିରିଗୁମ୍ମା, ଲକ୍ଷ୍ମୀପୁର, ରାୟଗଡ଼ା ଓ ବରହମପୁରକୁ ଗମନା ଗମନ ବିଚ୍ଛେଦ ଘଟାଇବ । ଆଉ ବର୍ତ୍ତମାନ ମଧ୍ୟ ଦୁଇ ଚକିଆ ଯାନ ଠାରୁ ଆରମ୍ଭ କରି ଓଜନିଆ ଯାନ ଗୁଡ଼ିକ ଭୟଭିତରେ ଚଳ ପ୍ରଚଳ କରୁଛନ୍ତି । ଏହା ପ୍ରତି ରୋଡ ଡିପାର୍ଟମେଣ୍ଟ, ସରକାରୀ ପ୍ରଶାସନ ଓ ଜନ ପ୍ରତିନିଧି ମନ୍ତ୍ରୀ , ଏମ୍ ପି ଓ ଏମ୍ ଏଲ୍ ଏ ଅତି ଗୁରୁତ୍ୱ ନେଇ ନୂତନ ପୋଲ (ବ୍ରିଜ୍) ନିର୍ମାଣ କଲେ ସ୍ଥାନୀୟ ଅଞ୍ଚଳବାସୀ, ଏହି ସଡ଼କକୁ ନିର୍ଭର କରୁଥିବା ପ୍ରତ୍ୟେକ ମୋଟର ସାଇକଲ ଆରୋହୀ ଠାରୁ ଭାରୀ ଯାନ ଚାଳକ ଓ ଯାତ୍ରୀବାହୀ ବସ୍ ଓ ଯାତ୍ରାକାରି ଜନତା ଉପକୃତ ହେବେ ।ସରକାର କହୁଛି ଆମେ ଦୁଇ ବର୍ଷ ଭିତରେ ସ୍ଵତନ୍ତ୍ର ଭାବେ କୋରାପୁଟ ଜିଲ୍ଲାର ଶିକ୍ଷା, ସଡ଼କ, ସ୍ୱାସ୍ଥ୍ୟ ବହୁ ଉନ୍ନତି କରିଛୁ, ସେହି ଉନ୍ନତିର ଚିହ୍ନ ଏହି ସବୁ ଦେଖିପାରୁଛୁ । ବିଭିନ୍ନ ମନ୍ତ୍ରୀ କୋରାପୁଟ ପରିଦର୍ଶନରେ ଆସନ୍ତି କିନ୍ତୁ ଅବନ୍ନତି ଦେଖନ୍ତି ନାହିଁ , ଯାଫଳରେ କୋରାପୁଟ ଜିଲ୍ଲା ଯେଉଁ ପରିମାଣରେ ଉନ୍ନତି ହେବା କଥା ତାହା ଏପର୍ଯ୍ୟନ୍ତ ହେଇ ପାରିନାହିଁ । ସରକାର ଏଥିପ୍ରତି ଗୁରୁତ୍ୱ ଦେଇ ଶିକ୍ଷା, ସ୍ୱାସ୍ଥ୍ୟ, ସଡ଼କ, ପାନୀୟ ଜଳ , କୃଷକ ଓ କୃଷି ଓ ବିଜୁଳୀ ଏବଂ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ସରକାରୀ ଚାକିରି କିମ୍ବା ରୋଜଗାର ପନ୍ଥା ପ୍ରତି ଧ୍ୟାନ ଦେଲେ କୋରାପୁଟ ଜିଲ୍ଲା ଉନ୍ନତି ହେବ ଓଡ଼ିଶା ରାଜ୍ୟ ଓ କେନ୍ଦ୍ର ସରକାର ଉଭୟ ଡବଲ ଇଞ୍ଜିନ ସରକାର ଗୌରବ ପାଇବ ।