ଗତ ଦୁଇ ବର୍ଷରେ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନା ଏବଂ ସଫଳତା ସମ୍ପର୍କରେ ଉପସ୍ଥାପନ କଲେ ଉପମୁଖ୍ୟମନ୍ତ୍ରୀ
କଟକ, ୧୯/୦୬ ( କାହୁଁ ଚରଣ ବାରିକ ) : ଓଡ଼ିଆ ବଜାର ସ୍ଥିତ ନେତାଜୀ ସଂସ୍କୃତି ଭବନଠାରେ ଆଜି “ବିକାଶର ଧାରା ଓଡ଼ିଶା ସାରା” ଜିଲ୍ଲା ସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ଅବସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା, ସଫଳତା ସମ୍ବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ସରକାର ଲୋକଙ୍କ ଆବଶ୍ୟକ ପୂରଣ କରିବା ତଥା ରାଜ୍ୟବାସୀଙ୍କ ସର୍ବାଙ୍ଗୀନ ବିକାଶ ଲକ୍ଷ୍ୟରେ ନିରନ୍ତର କାର୍ଯ୍ୟ କରୁଛନ୍ତି ବୋଲି ମତପ୍ରକାଶ କରିଥିଲେ । କୃଷି , ଶିକ୍ଷା , ସ୍ଵାସ୍ଥ୍ୟ , ଭିତ୍ତିଭୂମି ବିକାଶ , ମହିଳା ସଶକ୍ତିକରଣ ଏବଂ ଯୁବକଲ୍ୟାଣ କ୍ଷେତ୍ରରେ ସରକାରଙ୍କ ବିଭିନ୍ନ ପଦକ୍ଷେପ ଫଳପ୍ରଦ ହୋଇଥିବା ସେ ପ୍ରକାଶ କରିଛନ୍ତି ।