Hot Posts

6/recent/ticker-posts

ବିଦୂତଆଘାତ ଲାଗି ଏକ ଜର୍ଶୀ ଗାଈ ମୃତ।

ଧାମନଗର, ୧୮/୬ ( ନବଦୂତ ) : ସୂଚନା ମୁତାବିକ-ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୂସୁରୀ ଥାନା ଅଧିନ କଟସାଇ ପଞ୍ଚାୟତ ଲୁଣିଆ ଗ୍ରାମଶେଷ ପରିସୀମା ରେ ଅବସ୍ତିତ ଭୋଇ ସାଇ ଗ୍ରାମରେ ଅଘଟଣ। ବିଦ୍ୟୁତ କରେଣ୍ଟ ଲାଗି ଏକ ଜର୍ଶୀ ଗାଈ ର ମୃତୁ ଘଟିଛି। ଧୂସୁରୀ ଥାନା ରେ ଏଟଲା ଅନୁଯାଉ-ଗାଈର ମାଲିକ ଭୋଇସାଇ ଗ୍ରାମ ନିବାସୀ ଗଗନ ପଣ୍ଡା ନାମକ ଜଣେ ଗରିବ ବ୍ୟକ୍ତି ନିଜର ଗୁଜରାଣ ମେଟାଇବା ପାଇ ୮୫ହଜାର ଟଙ୍କାର ଏକ ମୂଲ୍ୟବାନ ଜର୍ଶୀ ଗାଈ ଗ୍ରୁପ ଲୋନରେ କିଣି ଗାଈ କ୍ଷୀର ବେପାରକରି ନିଜ ପରିବାର ଗୁଜରାଣ କରୁଥିଲା।ଭାଗ୍ୟ ର ବିଡମ୍ବନା ଇକ୍ତ ଜର୍ଶୀ ଗାଈ ଟି ଚରୁ ଚରୁ ନିକଟରେ ଜଣେ ପଡୋଶୀ ପରିବା ଚାଷୀ ଦିନରେ ବାଡ଼ପାଖେ ଦେଇଥିବା ବିଦ୍ୟୁତ କରେଣ୍ଟ ଖାଇ ଅପରାହ୍ନରେ ଅଣଦେଖା ବେଳେ ବିଦ୍ୟୁତ କଟେଣ୍ଟ ଜି.ଆଇ ତାରରେଲାଗି ଗାଇଟି ର ମୃତୁ ଘଟିଛି।ଏହା ଆଗରୁ ମଧ୍ୟ ଉକ୍ତ ପରିବା ଚାଷୀ ଜଣକ ଦିନରେ କରେଣ୍ଟ ଦେଇଥିବା ବେଳେ ଏକ ସ୍କୁଲଛାତ୍ରୀ ଓ ଭୋଇସାଇ ବାସୀନ୍ଧା ଜଣେ ମହିଳା ତଥା ଦୁଇଜଣ ଯାକକରେଣ୍ଟ ଲାଗି ଅଳ୍ପକେ ଜୀବନ ବଂଚି ଯାଇଥିବା ବେଳେ କଁଣପାଇଁ ?? ପରିବା ଚାଷୀ ଜଣକ ଦିନରେ ଇଲକ୍ଟ୍ରି କରେଣ୍ଟ ଲଗାଉଛି ?ତାହା ଭୋଉସାଇ ଗ୍ରାମର ଲୋକଙ୍କ ଜୀବନ ପ୍ରତି ବିପଦ ଅଛିବୋଲି ଜଣାଇଛନ୍ତି।