ଗଙ୍ଗାମନ୍ଦିର ଛକରେ ଲୁଟେରାଙ୍କ ଆତଙ୍କ, ବୁଲେଟ ସହ ଦୁଇ ଅଭିଯୁକ୍ତ ଗିରଫ
କଟକ, ୨୩/୦୬ ( କାହୁଁ ଚରଣ ବାରିକ ) : କଟକ ଗଙ୍ଗାମନ୍ଦିର ଛକରେ ଜଣେ ମହିଳା ତାଙ୍କ ପୁଅକୁ ଅପେକ୍ଷା କରିଥିବା ବେଳେ ଏହି ଦୁଇ ଦୁର୍ବୁତ୍ତ ମହିଳାଙ୍କୁ ଧକ୍କା ଦେଇ ତାଙ୍କ ଭ୍ୟାନିଟି ବ୍ୟାଗ ଛଡାଇ ନେଇ ପଳାଇଥିଲେ । ପୋଲିସ ଏହି ଦୁଇ ଯୁବକଙ୍କୁ ଗିରଫ କରି ତାଙ୍କ ଠାରୁ ଭ୍ୟାନିଟି ବ୍ୟାଗ, ତିନିଟି ମୋବାଇଲ, ପାଞ୍ଚ ହଜାର ଟଙ୍କା ଏବଂ ବୁଲେଟ ଗାଡି ଜବତ କରିଥିଲେ ।