କୌଶିକ ବାବା ଯୁକ୍ତ ତିନି ମହାବିଦ୍ୟାଳୟ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
କର୍ଲାମୁଣ୍ଡା, ୨୧/୦୬ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ତେରେସିଂହା ସ୍ଥିତ କୌଶିକ ବାବା +୩ ମହାବିଦ୍ୟାଳୟ ଠାରେ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ଜାତୀୟ ସେବା ଯୋଜନା ତରଫରୁ ପାଳନକରାଯାଇଅଛି। ଏହି ଦିବସରେ ଏନ.ଏସ.ଏସ କାର୍ଯ୍ୟକ୍ରମ ଅଧିକାରୀ ରବି ମାଝୀ ଯୋଗ ଦିବସ ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିବା ସହ ଯୋଗ ଗୋଟେ ଶରୀର ପ୍ରତି କେତେ ଆବଶ୍ୟକ ତାହା ଉପରେ ବକ୍ତବ୍ୟ ରଖିଥିଲେ। ପରିଶେଷରେ ସ୍ଵେଚ୍ଛାସେବୀ ମାନଙ୍କୁ ବିଭିନ୍ନ ପ୍ରକାର ଯୋଗ ଶିକ୍ଷା ଦିଆଯାଇଥିଲା। ଏଥିରେ ମୋଟ ୨୫ ଜଣ ସ୍ୱେଚ୍ଛାସେବୀ ଯୋଗ ଦେଇଥିଲେ।