କଟକ, ୨୬/୦୬ ( ଦେବୀ ଦତ୍ତ ଶିବପ୍ରସାଦ ନାୟକ ) : ଦର୍ଶକ ବନ୍ଧୁ ଆପଣ ମାନେ ଦେଖିଥିବେ ଟ୍ରେନ ର କିଛି ଯାତ୍ରୀ ଟ୍ରେନ ର ପ୍ରବେଶ ପଥ ର ପାହାଚ ଉପରେ ବସି ମୋବାଇଲ ଦେଖୁଥିବେ। ସେମିତି ଘଟଣା ଘଟିଛି କଟକ ଜିଲ୍ଲା କାଠଯୋଡ଼ି ନଦୀ ଉପରେ ଯାଉଥିବା ରେଲୱେ ପୋଲ ଉପରେ। ଘଟଣା ରୁ ପ୍ରକାଶ ଯେ ଜଣେ ଯୁବକ ଭୁବନେଶ୍ୱର ରୁ କଟକ ଆସୁଥିବା ଏକ ଟ୍ରେନ ରେ ଆସୁଥିଲେ କଟକ। ସେ ଏକ କୋଚ୍ ର ଗେଟ ପାଖରେ ବସି ମୋବାଇଲ ଦେଖୁଥିଲେ। କାଠଯୋଡ଼ି ରେଳ ବ୍ରିଜ୍ ଆରମ୍ଭ ହେବା ମାତ୍ରେ ହଠାତ୍ ତାଙ୍କ ହାତକୁ କେହି ବାଡେଇ ଦେଇଥିଲା ଏବଂ ତାଙ୍କ ହାତରୁ ମୋବାଇଲ ଟି ଖସି ପଡ଼ିଥିଲା ତଳକୁ। ଉକ୍ତ ଟ୍ରେନ ଟି ଆସି ମଧୁପାଟଣା ନିକଟ କାଠଯୋଡ଼ି ପସେଞ୍ଜର ହଲଟ ରେ ଅଟକି ଥିଲା। ବିଳମ୍ବ ନ କରି ଯୁବକ ପୋଲିସ କୁ ଜଣାଇଥିଲେ। ନିଜେ ଯାଇଥିଲେ ସେହି ପୋଲ ପାଖକୁ ମୋବାଇଲ ଖୋଜିବାକୁ। ନିଜ ଉଦ୍ୟମ ରେ ପଡି ଥିବା ମୋବାଇଲ କୁ ଖୋଜି ଖୋଜି ପାଇଥିଲେ। ଏହି ସମୟ ରେ ଜଣେ ଜରି ଗୋଟାଳି ତାଙ୍କୁ କହିଥିଲେ ଯେ ଜଣେ ଯୁବକ ଆହତ ହୋଇ ନଦୀ କୂଳରେ ପଡ଼ିଛନ୍ତି। ଏହା ପରେ ଯୁବକ ଜଣକ 112 କୁ ଫୋନ କରି ଘଟଣା ବିଷୟରେ ଜଣାଇଥିଲେ। ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏନେଇ ଜି ଆର ପି ଏବଂ ଆର ପି ଏଫ୍ କୁ ଅବଗତ କରିଥିଲେ। ଆର ପି ଏଫ୍ ଟିମ୍ ପହଞ୍ଚି ଅଗ୍ନିଶମ ବାହିନୀ କୁ ଅବଗତ କରିଥିଲେ। ବିଡ଼ାନାସୀ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀ ଭିତରୁ ଯୁବକଙ୍କୁ ଉଦ୍ଧାର କରି ଥିଲେ। ସେ ଗୁରୁତର ଆହତ ହୋଇଛନ୍ତି ଜାଣିବା ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କଟକ ବଡ ମେଡିକାଲ କୁ ପଠାଇଥିଲା। ତାଙ୍କ ପାଖରୁ ଏକ ବ୍ୟାଗ ମିଳିଥିଲା। ସେଥିରୁ ଆଧାର କାର୍ଡ ଓ ଗୋଟେ ଟ୍ରେନ ଟିକେଟ ମିଳିଲା ତାଙ୍କ ପରିଚୟ ଚଣ୍ଡୀ ଗାଁ ର ମୁକ୍ତିକାନ୍ତ ମହାକୁଡ଼ ବୋଲି ଜଣା ପଡ଼ିଥିଲା। ତେବେ ମୁକ୍ତିକାନ୍ତ କିଭଳି ନଦୀ ଭିତରେ ପଡ଼ିଲେ କାରଣ ସ୍ପଷ୍ଟ ହୋଇନାହିଁ। ଆଶଙ୍କା କରାଯାଉଛି କି ଏହି ଯୁବକ ମଧ୍ୟ ମୋବାଇଲ ଲୁଟେରା ଙ୍କ ଶିକାର ହୋଇଛନ୍ତି। ଏନେଇ ଆର ପି ଏଫ୍ ପକ୍ଷରୁ ପାଟ୍ରୋଲିଂ ବଢାଯିବ ସହ ଯୁବକ ଗଳି ପଡ଼ିଯିବା ଘଟଣା କୁ ଅଧିକ ତଦନ୍ତ କରାଯାଉଥିବା ସୂଚନା ମିଳିଛି।
କଟକ ରୁ ଦେବୀ ଦତ୍ତ ଶିବପ୍ରସାଦ ନାୟକ
