Hot Posts

6/recent/ticker-posts

ଗାଁ ଲୋକଙ୍କ ଆଶା ପୂରଣ କଲେ ରାଜ୍ୟସଭା ସାଂସଦ: ପରମାନନ୍ଦପୁର ଗ୍ରାମରେ ଜଳିଲା ସୋଲାର ଆଲୁଅ

କର୍ଲାମୁଣ୍ଡା, ୨୬/୦୬ (ସୁଶାନ୍ତ ରଣା) :​ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତର ପରମାନନ୍ଦପୁର ଗ୍ରାମବାସୀଙ୍କ ଦୀର୍ଘ ଦିନର ସମସ୍ୟାର ସମାଧାନ ହୋଇଛି। ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାରଙ୍କ ମହାନୁଭବତା ଏବଂ ତତ୍ପରତାରେ ଆଜି ପରମାନନ୍ଦପୁର ଗ୍ରାମ ଆଲୋକିତ ହୋଇଛି। ​ଗ୍ରାମରେ ବିଦ୍ୟୁତ ସଂଯୋଗ ଥିଲେ ମଧ୍ୟ ନିୟମିତ ବିଦ୍ୟୁତ ନ ରହିବା କାରଣରୁ ରାତ୍ରି ସମୟରେ ଅନ୍ଧାର ସମସ୍ୟା ଲାଗି ରହୁଥିଲା। ଗାଁ ପାଖରେ ଜଙ୍ଗଲ ଓ ସୁନାମୁଖୀ ପାହାଡ଼ ଥିବାରୁ ଜଙ୍ଗଲୀ ଜୀବଜନ୍ତୁଙ୍କ ଭୟରେ ଲୋକେ ରାତିରେ ବାହାରକୁ ବାହାରିବାକୁ ଭୟ କରୁଥିଲେ। ​ଏହି ସମସ୍ୟା ସମ୍ପର୍କରେ ଶ୍ରୀ ଚିନ୍ମୟ କୁମାର ମିଶ୍ରଙ୍କ ମାଧ୍ୟମରେ ଗ୍ରାମବାସୀ ଗୋଟିଏ ମାସ ପୂର୍ବରୁ ସାଂସଦଙ୍କ ନିକଟରେ ଅନୁରୋଧ କରିଥିଲେ। ଗ୍ରାମବାସୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ସାଂସଦ ଶ୍ରୀ ସୁଜିତ କୁମାର ତୁରନ୍ତ ସୋଲାର ଲାଇଟ୍ ବ୍ୟବସ୍ଥା କରିଥିବାରୁ ଗାଁରେ ଏବେ ଖୁସିର ଲହରୀ ଖେଳିଯାଇଛି। ​ଏହି କାର୍ଯ୍ୟକୁ ସଫଳ କରିବାରେ ବାହନ ସାହୁ, ରବି ସାହୁ ଓ ବିସିକେଶନ ସେଠି ସକ୍ରିୟ ଭୂମିକା ଗ୍ରହଣ କରି ସ୍ଥାନ ନିରୀକ୍ଷଣ ପୂର୍ବକ ସୋଲାର ଲାଇଟ୍ ଲଗାଇବାରେ ସହଯୋଗ କରିଥିଲେ। ସାଂସଦଙ୍କ ଏହି ଜନହିତକର କାର୍ଯ୍ୟ ପାଇଁ ପରମାନନ୍ଦପୁର ଗ୍ରାମବାସୀ ତାଙ୍କୁ ହୃଦୟରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।