Hot Posts

6/recent/ticker-posts

ଜିଲ୍ଲା ଓ ବ୍ଲକ ସ୍ତରୀୟ ଟେବୁଲ ଟପ କର୍ମଶାଳା

କଳାହାଣ୍ଡି, ୧୮/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : ଅଦ୍ୟ ତା ୧୮.୦୬.୨୦୨୬ରିଖ ଦିନ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟlଳୟ ସ୍ଥିତ ସଦଭାବନା ସଭାଗୃହଠାରେ ଜିଲ୍ଲାସ୍ତରୀୟ ଟେବୁଲ୍ ଟପ କର୍ମଶାଳା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ଶ୍ରୀ ବୈତୁର ଦୀପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଅଛି l ଏହି କର୍ମଶାଳାରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭବାନୀପାଟଣା ବ୍ଲକ, ନିର୍ବାହୀ ଅଧିକାରୀ, ଭବାନୀପାଟଣା ସହରାଞ୍ଚଳ ସଂସ୍ଥା ଉପସ୍ଥିତ ଥିଲେ l ରାଜ୍ୟସ୍ତରରୁ ପର୍ଯ୍ୟବେକ୍ଷକ ଭାବରେ ଶ୍ରୀ ତ୍ରିନାଥ ପଣ୍ଡା ଉପସ୍ଥିତ ରହି ଓଶଡମାର (OSDMA) ଭୂମିକା ଉପରେ ଆଲୋକପାତ କରିଥିଲେ l ରାଜ୍ୟ ଜରୁରୀ ସୂଚନା କେନ୍ଦ୍ର ଦ୍ଵାରା ପ୍ରଦତ୍ତ ପରୀକ୍ଷା ମୂଳକ ସନ୍ଦେଶ ଅନୁଯାୟୀ ବନ୍ୟା ଓ ବାତ୍ୟାର ମୁକାବିଲା ନିମନ୍ତେ ଆଗୁଆ ପଦକ୍ଷେପ ନେବା ସହ ଏହାର ସୁପରିଚାଳନା ନିମନ୍ତେ ବିଭାଗୀୟ ଅଧିକାରୀ ତଥା କ୍ଷେତ୍ର କର୍ମଚାରୀ ମାନେ ସଜାଗ ରହିବାକୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ବନ୍ୟା ଓ ବାତ୍ୟାର ମୁକାବିଲା ପାଇଁ ଜିଲ୍ଲାରେ ପ୍ରାକ ପ୍ରସ୍ତୁତି ଓ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ସୂଚନା ଦେବା ସହ ବୈଠକରେ ଆଲୋଚ୍ୟ ବିଷୟ ଉପସ୍ଥାପନା କରିଥିଲେ l ଜିଲ୍ଲାର ବନ୍ୟା ପ୍ରବଣ ଅଞ୍ଚଳ ତଥା ତଲିଆ ଅଞ୍ଚଳ ଗୁଡିକରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି, ଉଦ୍ଧାର ଓ ଥଇଥାନ କରିବା ନିମନ୍ତେ ଅସ୍ଥାୟୀ ଆଶ୍ରୟସ୍ଥଳୀ ଗୁଡିକ ଚିହ୍ନଟ କରି ପ୍ରସ୍ତୁତ ରଖିବାକୁ ନିର୍ଦ୍ଧେଶ ଦେଇଥିଲେ l ପାଣି ଜମି ରହୁଥିବା ସ୍ଥାନ ଗୁଡିକୁ ଚିହ୍ନଟ କରି ଯଥା ଶୀଘ୍ର ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା,ବର୍ଷା ପୂର୍ବରୁ ସମସ୍ତ ନାଳ ଗୁଡିକୁ ସଫା କରିବା,ସହରାଞ୍ଚଳ ଅନ୍ତର୍ଗତ ନାଳନର୍ଦ୍ଧମା ଯଥା ଶୀଘ୍ର ସମ୍ପୂର୍ଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ l ଜଳ ଯୋଗାଣକୁ ସୁବନ୍ଦୋବସ୍ତ କରିବା ସହ ନିୟମିତ ସମୟ ବ୍ୟବଧାନରେ ସମସ୍ତ ନଳକୂପ, ପାଇପ ଜଳ ଯୋଗାଣ ଇତ୍ୟାଦିକୁ ବିଶୁଦ୍ଧକରଣ କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା l ଜିଲ୍ଲାରେ ଥିବା ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ଜିଲ୍ଲା ଓ ଉପଖଣ୍ଡ ଚିକିତ୍ସାଲୟ ଗୁଡିକରେ ଆବଶ୍ୟକ ପରିମାଣର ଔଷଧ, ହାଲୋଜେନ ବଟିକା, ବ୍ଲିଚିଂ ପାଉଡ଼ର, ସର୍ପ ବିଷ ପ୍ରତିଷେଧକ, (ASV), ଇତ୍ୟାଦି ମହଜୁଦ କରି ରଖିବା ସହ ପରିମଳ ନିମନ୍ତେ ଆଗୁଆ ପଦେକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଧେଶ ଦେଇଥଲେ l ଜିଲ୍ଲାରେ ବିଭିନ୍ନ ଜଳସେଚନ ପ୍ରକଳ୍ପ ଓ ନଦୀବନ୍ଧ ଗୁଡିକର ବନ୍ୟାପ୍ରବଣ ସ୍ଥାନ ଚିହ୍ନଟ କରି ଆବଶ୍ୟକ ପ୍ରତିକାର ଗ୍ରହଣ କରିବାକୁ ସେ ନିର୍ଦ୍ଧେଶ ଦେଇଥିଲେ l ବନ୍ୟା ପ୍ରବଣ ଅଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଚୂଡା, ଚାଉଳ,କିରାସିନ,ଦିଆସିଲ, ମହମବତୀ, ଇତ୍ୟାଦି ସାମଗ୍ରୀ ଯଥେଷ୍ଟ ମହଜୁଦ ରଖିବା, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ତଥା ପରିମଳ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା, ସହରାଞ୍ଚଳ ଅନ୍ତର୍ଗତ ସମସ୍ତ ୱାର୍ଡ ଓ ବସ୍ତିରେ ଯଥାଶୀଘ୍ର ସଫେଇ କରିବାକୁ ତ୍ଵରିତ ପଦକ୍ଷେପ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ l ସେହି ପରି ୧୮.୦୬.୨୦୨୬ ଦିନ ଅପରାହ୍ନ ସମୟ ୨ ଘଣ୍ଟାରୁ ୫ ଘଣ୍ଟା ପର୍ଯ୍ୟନ୍ତ ଜିଲ୍ଲାର ୧୩ ଗୋଟି ବ୍ଲକ ଓ ସହରାଞ୍ଚଳରେ ଏହି ଟେବୁଲ୍ ଟପ କର୍ମଶାଳା ଅନୁଷ୍ଠିତ ହୋଇଅଛି l ଆସନ୍ତା ତା ୧୯.୦୫. ୨୦୨୬ ରିଖ ଦିନ ଜିଲ୍ଲାର ୪ ଗୋଟି ବନ୍ୟା ଆଶ୍ରୟସ୍ଥଳୀରେ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏହି ଟେବୁଲଟପ କାର୍ଯ୍ୟକ୍ରମ ଓ ମକଡ୍ରିଲ ସୁପରିଚାଳନାର ତଦାରଖ କରିବା ପାଇଁ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ଵ ଜିଲ୍ଲାପାଳ, କଳାହାଣ୍ଡିଙ୍କ ଦ୍ଵାରା ପ୍ରଦାନ କରାଯାଇଅଛି l 


କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ