ବରିଷ୍ଠ ମୋହରି ଙ୍କ ପରଲୋକ
ବରୀ, ୨୦/୦୬ ( ରଂଜିତ ମହାନ୍ତି ) : ବରୀ ସବରେଜିଷ୍ଟାର ଅଫିସର ବରିଷ୍ଠ ମୋହରି ତଥା ଭଅଁରା ପଞ୍ଚାୟତ ରାଇପୁର ଗ୍ରାମର ଅନନ୍ତ କିଶୋର ପଣ୍ଡା ଙ୍କ ୮୯ ବର୍ଷ ବୟସ ରେ ଗତକାଲି ନିଜ ବାସ ଭଵନ ରେ ପରଲୋକ ଘଟିଛି l ସେ କିଛି ଦିନ ହେବ ବାର୍ଦ୍ଧକ୍ୟ ଅବସ୍ଥା ରେ ଥିଲେ l ସେ ବହୁ ବର୍ଷ ଧରି ନଦୀ, ନାଳ ପାର ହେlଇ ବରୀ ସବରେଜିଷ୍ଟି ଅଫିସ ରେ ପହଁଞ୍ଚି ଲୋକଙ୍କୁ ସେବା ଯୋଗାଇ ସମସ୍ତ ଙ୍କ ନିକଟରେ ବେଶ ପରିଚିତ ଥିଲେ l ତାଙ୍କ ମର ଶରୀର ଏକ ଶୋଭାଯାତ୍ରାରେ କୁ ନିଆଯାଇ ଗ୍ରାମ୍ୟ ମଶାଣି ରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା ଏକ ମାତ୍ରପୁତ୍ର ଦିବାକର ପଣ୍ଡା ମୁଖାଗ୍ନି ଦେଇଥିଲେ l ସ୍ୱର୍ଗତ ପଣ୍ଡା ଜଣେ ସରଳ, ନିଷ୍ଠାପର, ପରୋପକାରୀ ଭlବେ ଅଞ୍ଚଳ ରେ ବେଶ ଜଣା ଶୁଣା ଥିଲେ ତାଙ୍କ ବିୟୋଗ ସ୍ଥାନୀୟ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି l