Hot Posts

6/recent/ticker-posts

ମେଗାଲିଫ୍ଟ ଚାଷି ଙ୍କୁ ହକ ମିଳିଲା, ଆନ୍ଦୋଳନ ପ୍ରତ୍ୟାହୃତ କଲେ ଚାଷି

କଳାହାଣ୍ଡି, ୦୪/୦୫ ( ବିଷ୍ଣୁ ଚରଣ ସ୍ୱାଇଁ ) : ଇନ୍ଦ୍ରାବତୀ ମେଗାଲିଫ୍ଟ ଅଞ୍ଚଳ ର ୧୫ ହଜାର ଚାଷି ଚଳିତ ରବିଧାନ ପଞ୍ଜିକରଣ ରୁ ବଞ୍ଚିତ ରହିଥିଲେ ଓ ମେଗାଲିଫ୍ଟ କୃଷକ ମଞ୍ଚ ପକ୍ଷରୁ ଦିର୍ଘ ୧ ମାସ ହେବ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ ଜାରି ରଖିଥିଲେ। ଚାଷି ସଙ୍ଗଠନ ପକ୍ଷରୁ ରାଜ୍ୟ ସରକାର ଙ୍କୁ ପ୍ରଶାସନ ଜରିଆରେ ଦାବିପତ୍ର ପ୍ରଦାନ କରିଥିଲେ ଓ ବିଜେପି ନେତୃବୃନ୍ଦ ମଧ୍ୟ ଚାଷି ଙ୍କ ଦାବି କୁ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରିଥିଲେ। ଚାଷି ଙ୍କ ହକ ଓ ଦାବି ଆଗରେ ଶେଷ ରେ ରାଜ୍ୟ ସରକାର ମୋହର ମାରିଛନ୍ତି। ମେଗାଲିଫ୍ଟ ଚାଷି ଙ୍କ ଟୋକନ ଜାରି ହୋଇଛି। ଆଜି ଟୋକନ ମେସେଜ ଆସିବା ପରେ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ତହସିଲଦାର ଆନ୍ଦୋଳନ ସ୍ଥଳ ରେ ଆସି ଚାଷି ଙ୍କ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି। ଓ ଚାଷି ଆନ୍ଦୋଳନ ସଫଳ ହୋଇଥିବାରୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କୁ କୃତଜ୍ଞତା ଜଣାଇଛନ୍ତି।


କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ