Hot Posts

6/recent/ticker-posts

ହାଇୱାରୁ ୧୦ ବ୍ୟାଟେରି ଚୋରି: କାବାଡ଼ି ଆଡ୍ଡାରୁ ମିଳିଲା ସୁରାକ, ଦୁଇ ମହିଳା ଅଟକ

ଭବାନୀପାଟଣା, ୦୪/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବାଦଲି ରାଇସ ମିଲ ପାଖ ପିଚୁ ପ୍ଲାଣ୍ଟ ରେ ଠିକାଦାର ସୁଧିର କୁମାର ପଣ୍ଡାଙ୍କ ପାଞ୍ଚଟି ହାଇଓ୍ବା ରୁ 10 ଟି ବ୍ୟାଟେରି ଓ ବ୍ରେକର ସିଜଲ ଗୋଟିଏ ଚୋରି ହୋଇଥିବା ଘଟଣା ସଦର ଥାନା ରେ ଗତ 25/05/2026 ତାରିଖରେ ଲିଖିତ ଅଭିଯୋଗ ଦେଇଥିଲେ ସୁଦ୍ଧା ପୋଲିସ ତରଫରୁ କୈଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଇଥିବା ଠିକାଦାର ସୁଧିର କୁମାର ପଣ୍ଡା କହିଥିଲେ । କୋଣସି ସୁତ୍ରରୁ ଚୋରି ବ୍ୟାଟେରି ନକଟିଗୁଡା ସତସଙ୍ଗ ବିହାର ସମ୍ମୁଖ ରେ ବାହାରୁ ଆସି ରହୁଥିବା କାବାଡି ମାନଙ୍କ ପାଖରେ ବ୍ୟାଟେରି ଥିବା ଖବର ପାଇ ଘଟଣାସ୍ଥଳରେ ପହଁଞ୍ଚି ସେଠାରୁ ଗୋଟିଏ ବ୍ୟାଟେରି ପାଇଥିଲେ । ଘଟଣା ସ୍ଥଳରେ ଠିକାଦାର ସୁଧିର କୁମାର ପଣ୍ଡା ପହଁଞ୍ଚି ପଚାରାଉଚରା କରିବା ସହ ସଦର ଥାନା କୁ ଖବର ଦେଇଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଚଳାଇଥିଲେ । ପୋଲିସ ପହଁଞ୍ଚିବା ଖବର ପାଇ କାବାଡି ବାଲା କିଛି ମହିଳା ଓ ପୁରୁଷ ଘଟଣାସ୍ଥଳରୁ ଦୋଉଡି ପଳାଇ ଥିଲେ । ପୋଲିସ ଘଟଣା ସ୍ଥଳରୁ ଦୁଇ ମହିଳାଙ୍କୁ ସନ୍ଦେହ ରେ ଗାଡ଼ିରେ ଥାନାକୁ ନେଇଥିଲେ । ପୋଲିସ ଘଟଣାସ୍ଥଳରେ ବିଭିନ୍ନ ଯନ୍ତ୍ର ପାତି ଉପକରଣ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପୋଲିସ ବ୍ୟାଟେରି ଚୋରି ଘଟଣା କୁ ନେଇ ତଦନ୍ତ ଚଳାଇଥିବା କହିଥିଲେ । ଦିନ କୁ ଦିନ କାବାଡି ପରି ବହୁ ଲୋକ ବାହାରୁ ଆସି ଯାହାଙ୍କର କୌଣସି ସ୍ଥାୟୀ ପ୍ରମାଣ ପତ୍ର ନ ଥାଇ ଭବାନୀପାଟଣା ର ବିଭିନ୍ନ ସ୍ଥାନରେ ରହିଥିବା ପ୍ରଶାସନ ନଜରରେ ଥିଲେ ସୁଦ୍ଧା କୈଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଉଥିବା ଲୋକଙ୍କ ମଧ୍ୟରେ ଚର୍ଚ୍ଚା ର ବିଷୟ ପାଲଟିଛି । ଯାହା ଦ୍ୱାରା ଏପରି ଲୋକମାନଙ୍କ ମନରେ ପୋଲିସ ର କୈଣସି ପ୍ରକାର ଭୟ ନାହିଁ । ଏପରି ସ୍ଥଳେ ଭବାନୀପାଟଣା ଜନସାଧାରଣ ନିଜ କୁ କେତେ ଦୁର ସୁରକ୍ଷିତ ମନେ କରୁଛନ୍ତି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ବାଚି ସୃଷ୍ଟି କରିଛି । ଦେଖା ଯାଉ ପ୍ରଶାସନ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ଦେଖିବାକୁ ବାକି ରହିଲା ।



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ