ସୋମନାଥ ପାତ୍ର ଙ୍କର ସ୍କୃତି ଚାରଣ ଓ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା।
ଯାଜପୁର, ୦୪/୦୬ (ନିରୋଜ କୁମାର ସେଠୀ) : ଜିଲ୍ଲା ଯାଜପୁର ବ୍ଲକ ଅନ୍ତର୍ଗତ ମଙ୍ଗଳ ପୁର (ଖଇରା ବାଦ) ବାସଭବନରେ ଏକାଦଶ କ୍ରିୟା ଉପଲକ୍ଷେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଓ ଶ୍ରୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ସଭାରେ ଅଧ୍ୟାପକ ସଞ୍ଜୟ କୁମାର ଦଳାଇ ଙ୍କ ସଭା ପତିତ୍ବରରେ ସୋମନାଥ ଙ୍କ ର ବାସ ଭବନରେ ତା_ ୦୩_୦୬_୨୦୨୬ ରିଖ ବୁଧବାର ସନ୍ଧ୍ୟା ୫ ଘଟିକା ସମୟରେ ଏକାଦଶ କ୍ରିୟା ଓ ଶୃତି ଚାରଣ ସଭା ଆୟୋଜନ କରାଯାଇ ଥିଲା। ଉକ୍ତ ସଭାରେ ସର୍ବ ପ୍ରଥମେ ସମାଜ ସେବୀ ଅଜୟ କୁମାର ସାହୁ ଶ୍ରୀ ଜଗନ୍ନାଥଙ୍କ କର କମଳ ରେ ପ୍ରଦୀପ ପଜୋଳନ କରିଥିଲେ। ସଭାପତି ଅଧ୍ୟାପକ ସଞ୍ଚୟ କୁମାର ଦଳାଇ ସୋମନାଥ ପାତ୍ର ଙ୍କର ଜୀବନ ଶୈଳୀ, ସମାଜ ସେବା ଯେତ୍ରରେ କାର୍ଯ୍ୟ, ଧର୍ମ ପରାୟଣ ବିଭିନ୍ନ ଧର୍ମ ଅନୁଷ୍ଠାନ ସହିତ ଅଙ୍ଗା ଅଙ୍ଗି ଭାବେ ଜଡିତ ଥାଇ ଆଖ ପାଖ ଅଞ୍ଚଳ ରେ ସୁନାମଧନ୍ୟ ମଣିଷ ଭାବରେ ପରିଚିତ ଥିଲେ।ତାଙ୍କର ସୁପୁତ୍ର ଜୟନ୍ତ କୁମାର ପାତ୍ର ପିତାଙ୍କର ବିୟୋଗରେ ମ୍ରିୟମାଣ ହୋଇ ବାର ମ୍ବାର ତାଙ୍କୁ ମନେ ପକାଉ ଥିଲେ। ଶୃତି ସଭାରେ ସୁଶ୍ରୀ ଦୀପାଳି ଦିବ୍ୟ ଜ୍ୟୋତି ବାରିକ ତାଂକର ସୁଲଳିତ କଣ୍ଠରେ ପିତାଙ୍କୁ ମନେ ପକାଇବା ପାଇଁ ସଙ୍ଗୀତ ମାଧ୍ୟମରେ ପ୍ରତିପାଦନ କରି ଥିଲେ। ଉକ୍ତ ଶୃତି ସଭାରେ ଭବ ପ୍ରସାଦ ଦାସ ଯୋଗ ଦେଇ ଥିଲେ। ଅନ୍ୟ ମାନଂକ ମଧ୍ୟରେ ତାଙ୍କ ପରିବାରର ଝିଅ, ଜୋଇଁ,ନାତି ନାତୁଣୀ ମାନେ ଯୋଗଦେଇ ଆତ୍ମା ର ସଦଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଗ୍ରାମ ବାସି ମାନେ ଉପସ୍ଥିତ ରହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅପଣ କରିଥିଲେ।ଶୃତି ସଭାରେ ଉପସ୍ଥିତ ଆଗନ୍ତୁକ ମାନଂକୁ ସମ୍ବର୍ଧନା କରା ଯାଇଥିଲା। ,ଆଲୋକ ସାହୁ,ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ପଣ୍ଡୀତ ବିଭୁତି ନନ୍ଦ, ଉମେଶ ଚନ୍ଦ୍ର ସାହୁ, ବିକାଶ ଚନ୍ଦ୍ର ମଲିକ, ଧନ୍ୟବାଦ୍ ଅର୍ପଣ କରିଥିଲେ।