Hot Posts

6/recent/ticker-posts

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତୀ ମହୋତ୍ସତାବରେ ଅନୁସୂଚିତ ଜାତି, ଜନ ଜାତି, ସଂଖ୍ୟା ଲଘୁ ଓ ପଛୁଆ ବର୍ଗର ବିକାଶ ପଂଚାୟତ ସମ୍ମିତି ସ୍ତରୀୟ ସମ୍ମିଳନୀ

ବାଲିଆପାଳ, ୧୯/୦୬ ( ସନ୍ୟାସୀ ବେହେରା ) : ଆଜି ବାଲିଆପାଳ ପଂଚାୟତ ସମିତି ସଭାଗୃହ ସମ୍ମୁଖରେ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତୀ ଉପଲକ୍ଷେ ଅନୁସୂଚିତ ଜାତି, ଜନ ଜାତି ସଂଖ୍ୟା ଲଘୁ ଓ ପଛୁଆ ବର୍ଗ ବ୍ୟକ୍ତି ମାନଙ୍କର ବିକାଶ କିଭଳି ଏ ଦୁଇ ବର୍ଷରେ ହୋଇଛି ପଂଚାୟତ ସମିତି ସମ୍ମିଳନୀରେ ମଂଚାସୀନ ଅତିଥି ମାନେ ଉଦବୋଧନ ଦେଇଥିଲେ |ସମ୍ମିଳନୀରେ ବାଲିଆପାଳ ବ୍ଲକର ବିଡ଼ିଓ ରାଧା ରଞ୍ଜନ ଦାସ ପୌରାହିତ୍ୟ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ବସ୍ତା ନିର୍ବାଚନ ମଣ୍ଡଳୀର ବିଧାୟିକା ସୁବାସିନୀ ଜେନା, ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଖଗେନ୍ଦ୍ର ଜେନା, ସାଂସଦ ପ୍ରତିନିଧି ରବୀନ୍ଦ୍ର ଅଣ୍ଡିଆ ଓ ପିପିଲି କଲେଜର ଅଧ୍ୟାପକ ଅଭିଳାଷ ବେହେରା ମଂଚାସୀନ ଅତିଥି ରୂପେ ଯୋଗ ଦେଇଥିଲେ |ନିଭିନ୍ନ କ୍ଷେତ୍ରରେ ଶିକ୍ଷା ଠାରୁ ଆରମ୍ଭ କରି ବିଭିନ୍ନ ଜନ କଲ୍ୟାଣ ଯୋଜନାରେ ଏହି ବର୍ଗର ଲୋକମାଙ୍କର ହିତ ସାଧନ ସରକାର କରି ଆସୁଛନ୍ତି ଓ କରି ଆସିବେ ବୋଲି ଅତିଥି ମାନେ ନିଜ ବକ୍ତବ୍ୟରେ କହିଥିଲେ |ଅନୁସୂଚିତ ବର୍ଗର ମହିଳା ମାନେ ନୃତ୍ୟ ପରିବେଷଣ କରିଥିଲେ |