ଗଦାପୁର ବଜାର ଛକ ଠାରୁ କଲେଜ ପର୍ଯ୍ୟନ୍ତ ରାସ୍ତା ମରାମତି ପାଇଁ ଦାବି
ଦାରିଙ୍ଗବାଡ଼ି, ୨୦/୦୬ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ପର୍ଯ୍ୟଟନ ସ୍ଥଳୀ କୁହାଯାଉଥିବା ଦାରିଙ୍ଗବାଡ଼ି ବ୍ଳକ ଗଦାପୁର ଗ୍ରାମ ପଞ୍ଚାୟତର ଗଦାପୁର ବଜାର ନିକଟସ୍ଥ ( କଲେଜ ଛକ ) ଠାରେ PWD road ର ଅବସ୍ଥା ଅତି ଶୋଚନୀୟ ଅବସ୍ଥାରେ ପଡ଼ିଛି ଦୀର୍ଘ ବର୍ଷ ଅତିବାହିତ ହେଇଥିଲେ ମଧ୍ୟ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ପୂର୍ତ୍ତବିଭାଗ ତରଫରୁ କୌଣସି ପ୍ରାଧାନ୍ୟ ଦିଆଯାଉନାହିଁ ଏବଂ ଅନ୍ୟ ପଟେ ଡିଡ଼ିଙ୍ଗିପାଟା ଠାରୁ ମାର୍ଦ୍ଧିପଙ୍କା ପଯ୍ୟନ୍ତ PWD road ର ଟେଣ୍ଡର ନାରେ ଦିନ ପରେ ଦିନ ଗଡ଼ିଚାଲିଛି । କାହିଁକି ଅଞ୍ଚଳବାସୀଙ୍କୁ ଏହିପରି ଭାବରେ ହଇରାଣ କରାଯାଉଛି। ଏହି ଖଣ୍ଡିଆ ରାସ୍ତା ଦେଇ ପ୍ରତିଦିନ ଅଧିକାଂଶ କଲେଜ ଛାତ୍ର ଛାତ୍ରୀ ଏବଂ ଯାନ ବାହାନ ଯାତାୟତ କରିଥାନ୍ତି । ଯାତାୟତ ସମୟରେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏଣୁ ଏହି ରାସ୍ତାକୁ ତୁରନ୍ତ ମରାମତି କରାଯାଉ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ