ଚାଉଳିଆଗଞ୍ଜ ପୋଲିସର ବଡ଼ ସଫଳତା: ୬୬.୨୦୦ ଲିଟର ଆସ୍କା-୪୦ ମଦ ଜବତ, ଜଣେ ଗିରଫ
କଟକ, ୦୩/୦୬ ( କାହୁଁ ଚରଣ ବାରିକ ) : ଚାଉଳିଆଗଞ୍ଜ ପୋଲିସ ପକ୍ଷରୁ ତାଳଦଣ୍ଡା କେନାଲ ରୋଡ଼ ସ୍ଥିତ ଅମ୍ବର ଏନଏକ୍ସ ନିକଟରେ ଚଢ଼ାଉ କରାଯାଇ ୬୬.୨୦୦ ଲିଟର ଆସ୍କା-୪୦ ମଦ ଜବତ କରାଯାଇଛି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ଆଠଗଡ଼ ଅଞ୍ଚଳର ସମସରପୁର ଗ୍ରାମର ବାଉଦେବ ରାଉତ, ସ୍ୱର୍ଗତ ଗଣେଶ୍ୱର ରାଉତଙ୍କ ପୁଅ। ପୋଲିସ ତାଙ୍କ ନିକଟରୁ ୬୬.୨୦୦ ଲିଟର ଆସ୍କା-୪୦ ମଦ ସହିତ ନଗଦ ୧୪,୨୦୦ ଟଙ୍କା ମଧ୍ୟ ଜବତ କରିଛି। ଅଭିଯୁକ୍ତଙ୍କ ବିରୋଧରେ ସମ୍ପୃକ୍ତ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଥିବା ବେଳେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।