Hot Posts

6/recent/ticker-posts

ସମ୍ପତ୍ତି ଲୋଭର ନିଷ୍ଠୁରତା! ୫ ବର୍ଷର ଶିଶୁକୁ ମିଠାରେ ବିଷ ଦେଇ ହତ୍ୟା ଉଦ୍ୟମ ଅଭିଯୋଗ

କଟକ, ୦୮/୦୬ ( କାହୁଁ ଚରଣ ବାରିକ ) : ସମ୍ପତ୍ତି ଲୋଭ ପାଇଁ ମଣିଷ ଏତେ ଅମଣିଷ ବି ହୋଇ ପାରେ। ଗୋଟିଏ ୫ ବର୍ଷ ୬ ମାସ ର ଛୁଆ କୁ ମିଠାରେ ବିଷ ଦେଇ ମାରିଦେବାକୁ ପ୍ରୟାସ କରିବ। ବର୍ତ୍ତମାନ ପିଲାଟି ଶିଶୁ ଭବନ ରେ ଚିକିତ୍ସିତ ହେଉଥିବା ବେଳେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି ଓ ମୃତ୍ୟୁ ସହ ସଂଗ୍ରାମ କରୁଛି। କଟକ ଜିଲ୍ଲା ସାଲେପୁର ଥାନା ବାହାବଳପୁର ଗ୍ରାମର ଅଜୟ ମଲ୍ଲିକ ଙ୍କ ୫ ବର୍ଷ ୬ ମାସ ର ପୁଅ ଦିବ୍ୟ ରଞ୍ଜନ ମଲ୍ଲିକ ଏବେ କଟକ ଶିଶୁ ଭବନରେ ଚିକିତ୍ସିତ ହେବା ସହ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ସମ୍ପତ୍ତି ଲୋଭ ରେ ଦିବ୍ୟ ରଞ୍ଜନ ଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ କରିଥିଲେ ପଡ଼ିଶା ଘରର ଲୋକେ। ମେ ମାସ ୨୨ ତାରିଖ ଦିନ ଦିବ୍ୟ ରଞ୍ଜନ ଙ୍କୁ ପଡ଼ିଶା ଘରର ଲୋକେ ମିଠା ଖୁଆଇଥିଲେ। ଏହା ପରେ ଆସି ନୀଳ ବାନ୍ତି ଓ ଝାଡ଼ା କରିଥିଲା। ସେହିଦିନ ପାରିବାର ଲୋକେ ସାଲେପୁର ମେଡ଼ିକାଲ ରେ ଚିକିତ୍ସା କରାଇଥିଲେ । ହେଲେ ୨୩ ତାରିଖ ଦିନ ପୁନର୍ବାର ଦିବ୍ୟ ରଞ୍ଜନ ଙ୍କ ସ୍ଥିତି ବିଗିଡିବା ରୁ ଶିଶୁ ଭବନ କୁ ସ୍ଥାନାନ୍ତର କରିଥିଲେ। ଏଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବା ସହ ଆଇ ସି ୟୁ ରେ ଚିକିତ୍ସିତ ହେଉଛନ୍ତି। ଏହାରି ଭିତରେ ଦିବ୍ୟ ରଞ୍ଜନ ଙ୍କୁ ବିଷ ଖାଇବାକୁ ଦିଆଯାଇଥିବା ନେଇ ଡାକ୍ତର ଜାଣିବା ପରେ ପରିବାର ଲୋକେ ସାଲେପୁର ଥାନାରେ ଉକ୍ତ ସମ୍ପର୍କୀୟ ପଡ଼ୋଶୀ ଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି। ପୂର୍ବରୁ ମଧ୍ୟ ଅନେକ ଥର ସମ୍ପତ୍ତି ପାଇଁ ଅଜୟ ମାଲିକ ଙ୍କ ଉପରେ ଆକ୍ରମଣ କରିଥିବା ବେଳେ ଏଥର ବିଷ ଦେଇଥିବା ଅଭିଯୋଗ ହୋଇଛି। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଦୋଷୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଦିବ୍ୟ ରଞ୍ଜନ ଙ୍କ ବାପା ଅଜୟ ମଲ୍ଲିକ । ହେଲେ ଏପର୍ଯ୍ୟନ୍ତ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ ଏହିଭଳି କାର୍ଯ୍ୟ କରିଥିବା ଅମଣିଷ ଙ୍କ ବିରୁଦ୍ଧରେ।