ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ରେ ବିଜୟ ପାଇଁ ଏ ଆଇ ସି ସି ସମ୍ପାଦକ କର୍ମୀ କୁ ଦେଲେ ଗୁରୁ ମନ୍ତ୍ର।
ଭବାନୀପାଟଣା, ୦୩/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : ଭବାନିପାଟଣା ସ୍ଥାନୀୟ ଟାଉନହଲ୍ ଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା, ବ୍ଲକ ଓ ନଗର କମିଟିର ସମୀକ୍ଷା ବୈଠକ ଜିଲ୍ଲା ସଭାପତି ଜଳନ୍ଧର ନାଏକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ସାଧାରଣ ସଂପାଦକ ନିମାଞ୍ଚଳ ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ ଅଖିଳ ଭାରତ କଂଗ୍ରେସ କମିଟି ସଂପାଦକ ତଥା ରାଜ୍ୟ ସହ ପ୍ରଭାରୀ ଶ୍ରୀ ଜେଟି କୁସୁମ କୁମାର ମୁଖ୍ଯ ଅତିଥି ଭାବରେ ଯୋଗ ଦେଇ ଉପସ୍ଥିତ କଂଗ୍ରେସ କର୍ମୀମାନଙ୍କୁ ଏକଜୁଟ୍ ହୋଇ କାମ କରିବା ସହ ଆଗାମୀ ୨୦୨୯ରେ ଦେଶରେ ଓ ରାଜ୍ଯରେ କଂଗ୍ରେସ ସରକାର ଯେପରି ଗଠନ କରାଯାଇପାରିବ ସେଥି ପାଇଁ କର୍ମୀ ମାନଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ। ବିଜେପି ସରକାର ବିହାର ଓ ପଞ୍ଚିମବଙ୍ଗରେ ଯେପରି ଏସ୍ ଆଇ ଆର୍ ମାଧ୍ୟମରେ ଭୋଟ୍ ଚୋରି କଲା ଏବେ ଓଡିଶାରେ ମଧ୍ଯ ଏସ୍ ଆଇ ଆର୍ ମାଧ୍ୟମରେ ଭୋଟ୍ ଚୋରି କରିବା ଚକ୍ରାନ୍ତ ଚାଲିଛି। ତେଣୁ କର୍ମୀମାନେ ବୁଥ୍ ସ୍ତରରୁ ସତର୍କ ହେବା ପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲା ପରିଷଦ ସଦସ୍ଯ ସୁରେଶ ଚୌଧୁରୀ କହିଥିଲେ ଡବଲ ଇଞ୍ଜିନ ସରକାର ସବୁଥିରେ ବିଫଳ ହୋଇଛି। ତେଣୁ ଡବଲ ଇଞ୍ଜିନ ନୁହଁ କଂଗ୍ରେସ ହିଁ ବିକଳ୍ପ ବୋଲି ଲୋକଙ୍କ ନିକଟତର ହେବାକୁ କହିଥିଲେ। ଏହି ସମୀକ୍ଷା ବୈଠକରେ ପର୍ଯ୍ଯବେକ୍ଷକ ଫକୀର ଜଗତ, ଅଖିଳ ଭାତ୍ରା ସମେତ ପୁର୍ବତନ ବିଧାୟକ ଭାରତ ଭୂଷଣ ବେମାଲ, ମହିଳା ସଭାନେତ୍ରୀ ପ୍ରଗତୀ ନାଏକ, ମୂରଲୀ ନାଏକ, ଦ୍ରୌପଦୀ ମାଝୀ, ପ୍ରେମଲାଲ ସାଗର, ଇନ୍ଦ୍ରଜୀତ ମହାଖୁଡ, ସୁବାସ ପ୍ରଧାନ ପ୍ରମୁଖ ନିଜ ମତ ବ୍ୟକ୍ତ କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ବରିଷ୍ଠ କଂଗ୍ରେସ ନେତା ଉତ୍ସବ ସାହୁ, ପୁର୍ବତନ ସଭାପତି ଜୟଦେବ ନାଏକ, ଧନୁର୍ଦ୍ଧର ଗହିର, ସୁଦର୍ଶନ ବିଶ୍ୱାଳ, ଲିଙ୍ଗରାଜ ନାଏକ, ଗଣପତି ନାଏକ, ମାଣିକ୍ୟ ସୁନା, ସରୋଜ ବାଗ, ସିଦ୍ଧାର୍ଥ ନାୟକ, ସନ୍ତୋଷ ପଣ୍ଡା, ମିଡିଆ ସେଲ୍ ଜିଲ୍ଲା ସଂଯୋଜକ ସନ୍ତୋଷ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ସଭା ପୁର୍ବରୁ ଶ୍ରୀକୃଷ୍ଣ ନଗରରୁ ଏକ ବିରାଟ ପଟୁଆରରେ ଅତିଥିମାନଙ୍କୁ ଟାଉନହଲ୍ ପର୍ଯ୍ୟନ୍ତ ଅଣାଯାଇଥିଲା।