ଖପରପଦା ପଞ୍ଚାୟତରେ ନୂଆ ଅର୍ଣ୍ଣପୁର୍ଣ୍ଣା ଯୋଜନା ରାସନକାର୍ଡ ବଣ୍ଟନ
ଧାମନଗର ୨୨/୦୬ ( ନବଦୂତ ) : ସୁଚନା ମୁତାବିକ-ଭଦ୍ରକ ଜିଲ୍ଲା ଧାମନଗର ଏନ.ଏ.ସି. ବ୍ଲକ ଅନ୍ତର୍ଗତ ଖପରପଦା ପଞ୍ଚାୟତରେ ଓଡିଶା ସରକାରଙ୍କ ଓଡିଶା ଖାଉଟିମାନଙ୍କ କଲ୍ୟାଣପାଇଁ ବଣ୍ଟନ ହେଲା ନୂଆ ଅର୍ଣପୂର୍ଣା ଯୋଜନା ରାସନ କାର୍ଡ।ଉକ୍ତ ଅର୍ଣ୍ଣପୁର୍ଣ୍ଣା ଯୋଜନା ର ମୂଳ ଲକ୍ଷ୍ୟ ଓଡିଶା ବାସୀଙ୍କ ମୁହଁରେ ଅଧିକହସ ଫୁଟାଇ ପାରିବ, ତଥା ଯେଉଭଳି ଓଡିଶା ମହିଳାଙ୍କ କଲ୍ୟାଣ ପାଇଁ ସୁଭଦ୍ରା ଯୋଜନା, ଭଳି ଅର୍ଣ୍ଣପୁର୍ଣ୍ଣା ରାସନ କାର୍ଡଯୋଜନା ରେ ମହିଳା ମାନେ ଅଧିକ ସମୃଧ ସଶକ୍ତି ଓ ସ୍ୱାଭିମାନି ଯଥା ସମୃଦ୍ଧ ଓଡିଶା ଗଠନପାଇ ସମସ୍ତ ରାସନ କାର୍ଡ ସଦଷ୍ୟ ମାନଙ୍କୁ ମୁଣ୍ଡପିଛା ଅଧିକ ୫ କୀଲୋ ଚାଉଳ ବଣ୍ଟନ କରାଯାଇଛି। ଏହା ଆଗରୁ କେନ୍ଦ୍ରସରକାରଙ୍କ ତରଫରୁ ମୁଣ୍ଡପିଛା ୫କିଲୋ ଚାଉଳ ମିଳୁଥିଲା ।ମାତ୍ର ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣମାଝୀ ଓଡିଶା ଖାଉଟି ସଦ୍ୟଷ୍ୟ ମାନଙ୍କପାଇଁ ଅଧିକ୫କିଲୋ ଚାଉଳ ସର୍ବମୋଟ ମୁଣ୍ଡପିଛା ସଦଷ୍ୟ ୧୦କିଲୋ ଚାଉଳ ବିନା ଦେୟ ରେ ଚାଉଳ ପାଇପାରିବେ।ଏହା କେବଳ ଏକ ଯୋଜନା ନୁହ ଏହା ଓଡିଶା ଗରିବାମୟ ପରିବାର ର ମୁହଁରେ ହସ ଫୁଟାଇପାରିବ ମୂଳଲକ୍ଷ।ଉକ୍ତ ଅର୍ଣ୍ଣପୁର୍ଣ୍ଣା ଯୋଜନା କାର୍ଡ ବଣ୍ଟନ ସଭାରେ ଖପର ପଦା ପଞ୍ଚାୟତ ର ମୁଖ୍ୟ ସରପଂଚ ଶ୍ରୀମତୀ ଅନୁସୟା ସାହୁ, ତଥା ପଞ୍ଚାୟତ ସରକାରୀ କାର୍ଯ୍ୟରତ କର୍ମୀ ଦିଗମ୍ବର ମହାପାତ୍ର, ଶ୍ରୀମତୀ ଦୀପିକାସାହୁ ଓ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ପ୍ରମୁଖ ସଭାରେ ଯୋଗଦେଇ ମହିଳା ମାନଙ୍କୁ ନୂଆ ଅର୍ଣ୍ଣପୁର୍ଣ୍ଣା ଯୋଜନା ରେ ରାସନ କାର୍ଡ ଧାରୀଙ୍କୁ ଏକ ନୂଆ ଅର୍ଣ୍ଣପୁର୍ଣ୍ଣାକାର୍ଡ ବଣ୍ଟନ କରିଥିବାର ସୂଚନା ମିଳିଛି।
ସାମ୍ବାଦ ଦାତା-ମାନସ କୁମାର ସାହୁ