ହାତୀ ନଦୀ ଉପରେ ପ୍ରସ୍ତାବିତ ନୂତନ ପୋଲ ନିର୍ମାଣ ଶୀଘ୍ର କାର୍ଯ୍ୟ ଆରମ୍ଭ ପାଇଁ ରାଜ୍ୟ ସରକାରଙ୍କୁ ଦାବୀ।
ଜୁନାଗଡ, ୨୨/୦୬ ( ରିତେଶ କୁମାର ମୁଣ୍ଡ ) : ଜୁନାଗଡ ବ୍ଲକ୍ ର ହାତୀ ନଦୀ ବାଙ୍ଗଡଙ୍ଗରି ଘାଟ ଉପରେ ପ୍ରସ୍ତାବିତ ନୂତନ ପୋଲ ନିର୍ମାଣ ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ। ସୂଚନା ମୁତାବକ ରାଜ୍ୟ ସରକାର ଏହି ପୋଲ ନିର୍ମାଣ ପାଇଁ ୨୧.୫୮ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି।ଏଣୁ ଅଞ୍ଚଳ ବାସୀ ଜୁନାଗଡ ବିଧାୟକ ସମେତ ରାଜ୍ୟ ସରକାର ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପୋଲ ନିର୍ମାଣ ମଞ୍ଜୁରି ର ଏକ ବର୍ଷ ରୁ ଅଧିକ ସମୟ ହେବ ବିଭିନ୍ନ ପ୍ରକାର ପରୀକ୍ଷା ପ୍ରସ୍ତାବିତ ପୋଲ ପାଖରେ ମଧ୍ୟ କରାଯାଇ ଅଛି । ଏହି ପୋଲ ନିର୍ମାଣ ହେଲେ ଜୁନାଗଡ ବ୍ଲକ ଓ ଗୋଲାମୁଣ୍ଡା ବ୍ଲକ ଗମନା ଗମନର ସୁବିଧା ହୋଇ ପାରିବ। ରାଜ୍ୟ ସରକାର କିପରି ଏହି ପୋଲ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ସେଥିପାଇଁ ପଦକ୍ଷେପ ନେବାକୁ ଅଞ୍ଚଳ ବାସୀ ଦାବୀ କରୁଛନ୍ତି।