Hot Posts

6/recent/ticker-posts

ରାସ୍ତା କଡରେ ଥିବା ମଦ ଦୋକାନ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି

ବାଲିଆପାଳ, ୧୭/୦୬ ( ସନ୍ୟାସୀ ବେହେରା ) : ବାଲିଆପାଳ ଗାନ୍ଧୀ ଛକ ରାସ୍ତାରେ ବାଲିଆପାଳ ବଜାର, ବାଲିଆପାଳ କମ୍ୟୁନିଟି ହେଲଥ centre ଓ କଛୁଆ ପଡା Primary School ପାଖାପାଖି ମଦ ଦୋକାନ ଥିବାରୁ ଜନ ସାଧାରଣ ନାହିଁ ନ ଥିବା ହଇରାଣ ହେଉଛନ୍ତି |ରାସ୍ତାରେ ସବୁବେଳେ କଲେଜର ଛାତ୍ର ଛାତ୍ରୀ ଯିବା ଆସିବା କରନ୍ତି |ଏହାଛଡା ସନ୍ଧ୍ୟାରେ ମଦ ଦୋକାନ ନିକଟରେ ପ୍ରବଳ ଗହଳି ହେତୁ ଆମ୍ବୁଲାନ୍ସ ମଧ୍ୟ ନାହିଁ ନ ଥିବା ହଇରାଣ ଭୋଗ କରୁଛନ୍ତି |ସରକାରୀ ଆଇନ ମୁତାବକ ପ୍ରଧାନ ରାସ୍ତାର 500ମିଟର ଦୂରରେ ମଦ ଦୋକାନ ରହିବା କଥା |ମାତ୍ର ଏହା ଆଇନ ଉଲଘ୍ନ କରୁଛି ବୋଲି ଚାପା ଗୁଞ୍ଜରଣ ସୃଷ୍ଟି ହେଉଛି |ଏହାଛଡା ଏହି ରାସ୍ତାରେ ଅନ୍ୟ ଏକ ଠିପି ଖୋଲା ମଦ ଦୋକାନ ରହିଛି |ବାଲିଆପାଳ ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ସଭାପତି ନାରାୟଣ ପ୍ରସାଦ ସାହୁ, ସମ୍ପାଦକ ସନ୍ୟାସୀ ବେହେରା, ସହ ସମ୍ପାଦକ ସବିଡା ଦାସ, ଜୟନ୍ତୀ ଜେନା, ସରସ୍ବତୀ ଚନ୍ଦ୍ର, ଝିଲ୍ଲୀ ମୁଖି ଆଦୀ ସଦସ୍ୟ, ସଦସ୍ୟା ମାନେ ମଦ ଦୋକାନ ଦ୍ବୟ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି କରିଛନ୍ତି |