Hot Posts

6/recent/ticker-posts

ବଳଭଦ୍ରପୁର ପ୍ରିମିୟର ଲିଗ ଉଦ୍‌ଯାପିତ, ବାବା ହୁଙ୍କେଶ୍ୱର କ୍ରିକେଟ ଟିମ ଚାମ୍ପିୟନ

କଟକ, ୧୭/୦୬ ( କାହୁଁ ଚରଣ ବାରିକ ) : ବଳଭଦ୍ରପୁର ଯୁବକ ସଂଘର ଆନୁକୂଲ୍ୟରେ ତିନିଦିନିଆ “ବଳଭଦ୍ରପୁର ପ୍ରିମିୟର ଲିଗ (ବିପିଏଲ୍)” ସଫଳତାର ସହ ଉଦ୍‌ଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତା ୧୨ ଜୁନ୍ ୨୦୨୬ ରୁ ଆରମ୍ଭ ହୋଇ ୧୪ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଚାଲିଥିଲା। ବଳଭଦ୍ରପୁର ଓ ଛତ୍ରବଜାର ଅଞ୍ଚଳର ସମସ୍ତ କ୍ରିକେଟପ୍ରେମୀ ଏବଂ ଖେଳାଳିମାନଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣରେ ଟୁର୍ଣ୍ଣାମେଣ୍ଟଟି ଆକର୍ଷଣୀୟ ହୋଇଥିଲା। ଏହି ପ୍ରତିଯୋଗିତାରେ ମୋଟ ୬ଟି ଦଳ ଅଂଶଗ୍ରହଣ କରିଥିଲେ। ସେଗୁଡ଼ିକ ହେଲା – ମା ସୁନାଦେଇ କ୍ରିକେଟ ଟିମ, ଗଣେଶ ଜୀଉ କ୍ରିକେଟ ଟିମ, ରାମେଶ୍ୱର କ୍ରିକେଟ ଟିମ, ମଦନମୋହନ କ୍ରିକେଟ ଟିମ, ଜୟ ଜଗନ୍ନାଥ କ୍ରିକେଟ ଟିମ ଓ ବାବା ହୁଙ୍କେଶ୍ୱର କ୍ରିକେଟ ଟିମ। ଫାଇନାଲ ମ୍ୟାଚ୍‌ଟି ବାବା ହୁଙ୍କେଶ୍ୱର କ୍ରିକେଟ ଟିମ ଓ ମା ସୁନାଦେଇ କ୍ରିକେଟ ଟିମ ମଧ୍ୟରେ ଖେଳାଯାଇଥିଲା। ରୋମାଞ୍ଚକର ମୁକାବିଲାରେ ବାବା ହୁଙ୍କେଶ୍ୱର କ୍ରିକେଟ ଟିମ ବିଜୟୀ ହୋଇ ଚାମ୍ପିୟନ ଟ୍ରଫି ହାସଲ କରିଥିଲା। ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଅମିତ ମନ୍ତ୍ରୀଙ୍କୁ ବେଷ୍ଟ ବ୍ୟାଟ୍ସମ୍ୟାନ ଓ ବେଷ୍ଟ ବୋଲର ପୁରସ୍କାର ପ୍ରଦାନ କରାଯାଇଥିଲା। ଉଦ୍‌ଯାପନୀ ଉତ୍ସବରେ ଗ୍ରାମର ଅଧିକାରୀ ନିରାକାର ପ୍ରସାଦ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ମହନ୍ତ ନୀଳକଣ୍ଠ ମହାନ୍ତି, କଟୁଆଳ ବିଷ୍ଣୁ ଚରଣ ରାଉଳ, କୋଷାଧ୍ୟକ୍ଷ ଅମରେନ୍ଦ୍ର ରାଉତ, ବଳଭଦ୍ରପୁର ଯୁବକ ସଂଘର ସଭାପତି ପ୍ରସନ୍ନ କୁମାର ରାଉତ, ଉପସଭାପତି ନାରାୟଣ ଲେଙ୍କା, ନୀତେଶ ସାହୁ, ସମ୍ପାଦକ ପ୍ରଦୀପ୍ତ କୁମାର ରାଉତ, ସହ-ସମ୍ପାଦକ ରାଧ୍ୟେଶ୍ୟାମ ଜେନା ଓ ଦିବାକର ଲେଙ୍କା ପ୍ରମୁଖ ଉପସ୍ଥିତ ରହି ବିଜେତା ଓ ରନର୍ସଅପ୍ ଦଳକୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ। ପ୍ରତିଯୋଗିତାକୁ ସଫଳ ଭାବେ ପରିଚାଳନା କରିବାରେ ସଂଜୀବ କଲିଆ, ପ୍ରକାଶ ସାହୁ, ରମାକାନ୍ତ ଛାଟୋଇ, ହରି ବେହେରା, ଦେବାଶିଷ ନାୟକ, ଅଭିମନ୍ୟୁ କଲିଆ ଓ ଅମିତ ସ୍ୱାଇଁଙ୍କ ଭୂମିକା ଉଲ୍ଲେଖନୀୟ ଥିଲା। ଶେଷରେ ଆୟୋଜକମାନେ ସମସ୍ତ ଖେଳାଳି, ଅତିଥି ଓ ଦର୍ଶକମାନଙ୍କୁ ଧନ୍ୟବାଦ ଦେଇଥିଲେ.