Hot Posts

6/recent/ticker-posts

କେନ୍ଦ୍ର ମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଅଭିନନ୍ଦନ ପଦଯାତ୍ରା

କଟକ, ୨୬/୦୬ ( କାହୁଁ ଚରଣ ବାରିକ ) : କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ମନ୍ତ୍ରୀ ଉଜ୍ଜଳା ପୁରୁଷ କଳିଙ୍ଗରତ୍ନ ସାଢେ ଚାରି କୋଟି ଓଡ଼ିଆଙ୍କ ଗର୍ବ ଆମ ସମସ୍ତଙ୍କର ପ୍ରିୟ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ଉପଲକ୍ଷେ କଟକର ବିଜେପି ଯୁବ ନେତା କର୍ପୋରେଟର ତଥା ରାଜ୍ୟ ଯୁବ ମୋର୍ଚ୍ଚାର ପୂର୍ବତନ ସମ୍ପାଦକ ଗଗନ ଓଝାଙ୍କ ନେତୃତ୍ୱରେ ଏକ ବିଶାଳ ବର୍ଣ୍ଣାଢ୍ୟ ପଦ ଶୋଭାଯାତ୍ରା ଚୌଧୁରୀ ବଜ଼ାର ନନ୍ଦୀ ସାହି ଠାରୁ ଆରମ୍ଭ ହୋଇ ତିନିଘରିଆ, ଝୋଲା ସାହି, ନିମ ସାହି, ସେମିନାରୀ ଛକ, ପେଟିନ ସାହି, ହରିଜନ ସାହି, ଶିଳ୍ପୀ କୁମ୍ଭାର ସାହି ରାସ୍ତାରେ କାଠଗଡା ସାହି ପ୍ରକାଟନାଥ ମହାଦେବ ମନ୍ଦିରରେ ଶୋଭାଯାତ୍ରା ପହଞ୍ଚିଥିଲା | ସେଠାରେ ମନ୍ତ୍ରୀଙ୍କ ଦୀର୍ଘାୟୁ କାମନା ସହିତ ରାଜନୀତିରେ ଆହୁରି ଉନ୍ନତି କରିବା ସହିତ ଓଡ଼ିଶା ବିକାଶକୁ ଆଗେଇ ନେବାପାଇଁ ମନ୍ତ୍ରୀଙ୍କ ନାମରେ ମନ୍ଦିର ପୂଜକ ମାନଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା |