ମହାନଦୀରୁ ତମ୍ବା ନାଗ ମୂର୍ତ୍ତି ଉଦ୍ଧାର
କଟକ, ୨୭/୦୬ ( କାହୁଁ ଚରଣ ବାରିକ ) : ଆଜି ଦିନ ଦଶ ଘଟିକା ସମୟରେ ବଡ଼ମ୍ବା ଓଗାଳପୁରର କିଛି ଯୁବକ ମହାନଦୀକୁ ଗାଧୋଇବା ପାଇଁ ଯାଇଥିବା ସମୟରେ ଯୁବକ ହାତରେ ତମ୍ବା ନାଗ ମୂର୍ତ୍ତି ବାଜିଥିଲା l ଗୋଟିଏ ବଡ଼ ତମ୍ବା ନାଗ ମୂର୍ତ୍ତି କୁ ଉଦ୍ଧାର କରିବା ସହ ଶହେ ରୁ ଉର୍ଦ୍ଧ ଛୋଟ ବଡ଼ ମୂର୍ତ୍ତିକୁ ଉଦ୍ଧାର କରାଯାଇ ଧୂପଦୀପ ପୂଜାର୍ଚନା କରି ଓଗାଳପୁର ସମ୍ବେଶ୍ୱର ଦେବ ମନ୍ଦିରରେ ରଖାଯାଇଛି।