Hot Posts

6/recent/ticker-posts

କଟକ ବଡ଼ମ୍ବାରେ ସରପଞ୍ଚଙ୍କ ସ୍ୱାମୀଙ୍କୁ ୪ ରାଉଣ୍ଡ ଗୁଳିମାଡ଼

କଟକ, ୨୬/୦୬ ( କାହୁଁ ଚରଣ ବାରିକ ) : କଟକ ଜିଲ୍ଲା ବଡମ୍ବା ସନ୍ତ୍ରାବଳୀ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ମିତା ଜେନାଙ୍କ ସ୍ୱାମୀ ଶ୍ରୀକାନ୍ତ ଜେନା ଓରଫ୍ କାଳିଆ ଜେନା ମାଣିଆବନ୍ଧ ସ୍ଥିତ କୁଆଁପାଳ ଛକରେ ଥିବା ଏକ ସେଲୁନକୁ ତାଙ୍କ ପୁଅ ସହିତ ଯାଇଥିବାବେଳେ ବାଇକରେ ତିନି ଦୁବୃର୍ତ୍ତ ଆସି ତାଙ୍କ ଉପରକୁ ଅତର୍କିତ ଭାବେ ୪ ରାଉଣ୍ଡ ଗୁଳି ମାଡ଼ କରି ଫେରାର ହୋଇଯାଇଥିଲେ । କାଳିଆ ଜେନାଙ୍କ ହାତରେ ଦୁଇଟି ଓ ପେଟରେ ଦୁଇଟି ଗୁଳି ବାଜିଥିଲା । ଗୁରୁତର ଭାବେ ତାଙ୍କୁ ପ୍ରଥମେ ମାଣିଆବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ହସ୍ତାନ୍ତର କରାଯାଇଛି। ଗୁଳିମାଡ ହୋଇଥିବା ସ୍ଥାନକୁ ପୋଲିସ ପକ୍ଷରୁ ସିଲ୍ କରାଯାଇଛି । ଘଟଣାସ୍ଥଳରେ କଟକ ଗ୍ରାମାଞ୍ଚଳ ଏସପି ଭିନିତ ଅଗ୍ରୱାଲ, ଆଠଗଡ ଏସଡିପିଓ ବିଶ୍ୱଜିତ୍ ମହାନ୍ତି, ବଡମ୍ବା ପୋଲିସ, ମାଣିଆବନ୍ଧ ପୋଲିସ ଓ ନରସିଂହପୁର ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କାଳିଆ ଜେନାଙ୍କ ନାମରେ ଅନେକ ଥାନାରେ ଅନେକ ମାମଲା ରହିଛି । ତେବେ କାହିଁକି ଆଉ କିଏ ଗୁଳି ଚାଳନା କରିଛି ତାହା ତଦନ୍ତ ପରେ ଜଣାପଡିବ ।