ଗୋଶାଳା ରେ ଗୋଖାଦ୍ୟ ପ୍ରଦାନ
ରସୁଲପୁର, ୨୪/୦୬ ( ନିରୋଜ କୁମାର ସେଠୀ ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ମଧୁବନ ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବିପଦର ବନ୍ଧୁ ପରିବାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ରସୁଲପୁର ବ୍ଲକ କୋଳଥଳ ସ୍ଥିତ ସଂସ୍କାର ଗୋଶାଳା ରେ କର୍ମକର୍ତ୍ତା ମାନେ ଗୋମାତା ଙ୍କୁ ପୂଜାର୍ଚ୍ଚନା କରିବା ସହିତ ଗୋମାତା ଙ୍କୁ ଗୋଖାଦ୍ୟ ସହିତ କଦଳୀ ପ୍ରଦାନ କରିଥିଲେ |ଏହି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷା ମିନତୀ ସାହୁ, ଉପାଧ୍ୟକ୍ଷ ଜନ୍ମେଜୟ ସାହୁ, ସଭାପତି ନିମାଇଁ ଚରଣ ପଣ୍ଡା, ସମ୍ପାଦକ ଗୋପାଳ ପାତ୍ର, କୋଷାଧ୍ୟକ୍ଷ ଭଗବାନ ଦାଶ, ପ୍ରତିଷ୍ଠାତା ନିହାର ରଞ୍ଜନ ଆଚାର୍ଯ୍ୟ, ଉପସଭାପତି ସଙ୍ଗୀତା ଆଚାର୍ଯ୍ୟ, ଉପଦେଷ୍ଟା ବିଷ୍ଣୁପ୍ରିୟା ପାଣି, ପୂର୍ବତନ ସଭାପତି ବସନ୍ତ କୁମାର ଶତପଥୀ, କୁଳମଣୀ ନାୟକ, ବିଦ୍ୟାଧର ସାହୁ, ପ୍ରଦୀପ ସାମଲ, ବୈକୁଣ୍ଠ ସାହୁ ପ୍ରମୁଖ ଉପସ୍ଥିତ ରହି ଗୋମାତା ଙ୍କ ସେବା ରେ ନିଜକୁ ନିୟୋଜିତ କରିଥିଲେ।