ସୁସ୍ଥ ଜୀବନର ମନ୍ତ୍ର ଦେଲା ଯୋଗ: ୨ୟ ଓଡ଼ିଶା ବାଟାଲିୟନ ପକ୍ଷରୁ ସଚେତନତା ଶିବିର
ରାୟଗଡ଼ା, ୨୧/୦୬ ( ଭି. ଗୌରି ଶଙ୍କର ରାଓ ) : ସୁସ୍ଥ ଜୀବନ ପାଇଁ ଯୋଗ ଅଭ୍ୟାସ - ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ୨ ୟ ଓଡ଼ିଶା ବାଟାଲିୟନ ତରଫାରୁ ଏକ ଯୋଗ ଶିବିର ର ଆୟୋଜନ କରାଯାଇଥିଲା ଏଥିରେ ଯୋଗ ଗୁରୁ ଶ୍ରୀ କିଶୋର ଚନ୍ଦ୍ର ଦୋରା ଯୋଗ।ଭ୍ୟାସ ଦ୍ବାରା ଆସନ ପ୍ରାଣାୟାମ କରି ଦେଖାଇଥିଲେ ଏବଂ ଯୋଗ କଣ,ଯୋଗ କଲେ କେଉଁ କେଉଁ ରୋଗରୁ ସୁଫଳ ମିଳିଥାଏ,ଯୋଗ ଦ୍ୱାରା କିଭଳି ମନ, ପ୍ରାଣ,ଓ ଶରୀର ସୁସ୍ଥ ରହିପାରେ ଏହାକୁ କ୍ୟାପଟେନ୍ ରୀତା ରାଣୀ ମିଶ୍ର ପ୍ରାଞ୍ଜଳ ଭାବରେ ବୁଝାଇଥିଲେ | ପ୍ରତ୍ୟେକ କାର୍ଯ୍ୟ କୁ ସୁଚାରୁ ରୂପରେ ସୁବେଦାର ମେଜର ବିପିନ କୁମାର୍ ସିଂ ସମ୍ପାଦନା କରିଥିଲେ। ଏହି କାର୍ଯ୍ୟ କ୍ରମ ରେ ବାଟାଲିୟନ ର ଷ୍ଟାଫ ପ୍ରତିମା ମିଞ୍ଜ, ଗାୟତ୍ରୀ କୁମାରୀ, ରସା କୁମାରୀ ପଣ୍ଡା , ଏ ଏନ୍ ଓ କେ କେ ଜନି, ପ୍ରମିଳା ମହାପାତ୍ର, ରଶ୍ମିତା, ଇନ୍ଦୁମତି ଓ ୧୫୦ ରୁ ଉର୍ଦ୍ଧ କ୍ୟାଡେଟ୍ ଉପସ୍ଥିତ ଥିଲେ।