ଜୟପାଟଣାରେ ମା ଠାକୁରାଣୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ର ସିଯେନ୍
ଜୟପାଟଣା, ୧୩/୦୬ ( ରିତେଶ କୁମାର ମୁଣ୍ଡ ) : ବର୍ତ୍ତମାନ ସମୟରେ କ୍ରିକେଟ୍ ପ୍ରତି ଲୋକଙ୍କ ପ୍ରେମ ଗଭୀର ହେବାର ନଜରକୁ ଆସୁଛି।ଏହି ପରି ପରିପେକ୍ଷୀରେ ଜୟପାଟଣା ଠାରେ ଏକ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ର ଆୟୋଜନ କରିଛି ମା ଠାକୁରାଣୀ ଯୁବକ ସଂଘ ଜୟପାଟଣା ବଜାରପଡ଼ା। ଟୁର୍ଣ୍ଣାମେଣ୍ଟର ଆରମ୍ଭ 10,6,26ରେ ହୋଇ 14,6,26ରେ ଫାଇନାଲ ମୁକାବିଲା ଅନୁଷ୍ଟିତ ହେବ। ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନରେ ଜୟପାଟଣା xi ଓ ହୀରାପୁର ମଧ୍ୟରେ ମ୍ୟାଚ୍ ହୋଇଥିଲା। ମ୍ୟାଚରେ ଜୟପାଟଣା ଟଛ ଜିତି ବ୍ୟାଟିଙ୍ଗ କରି 115/7 କରିଥିବାବେଳେ ହୀରାପୁର ସମସ୍ତ ୱିକେଟ୍ ହରାଇ 89 ରନରେ ଧରାଶାୟୀ ହୋଇପଡ଼ିଥିଲା। ମ୍ୟାଚଟିକୁ ଜୟପାଟଣା xi ବିଜୟହୋଇ କ୍ଵଟର ଫାଇନାଲରେ ପ୍ରବେଶ କରିଥିଲା।ମୁଖ୍ୟ ଅତିଥି ଭାବେ ଅବିନାଶ ନନ୍ଦ , ସମ୍ମାନ ଅତିଥି ଭାବେ RMC କର୍ମଚାରୀ ମହମ୍ମଦ taufiq ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।