କନ୍ଧମାଳ ର ହଳଦୀ ଓ ପରିବା ଚାଷ ବୁଲି ଦେଖିଲେ ଉଦ୍ୟାନ ବିଭାଗ ନିର୍ଦେଶକ
ଫୁଲବାଣୀ, ୧୩/୦୬ ( ସୁରେନ୍ଦ୍ର ମାଝୀ ) : ଉଦ୍ୟାନ ବିଭାଗ ନିର୍ଦେଶକ କୁଲlଙ୍ଗେ ଗୋରଖ ୱାମେନ୍ (ଆଇ ଏଫ୍ ଏସ)କଂଧମାଳ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି କସମ୍ ହଳଦୀ ଚାଷୀ ଙ୍କ ଅର୍ଗlନିକ ହଳଦୀ ଚାଷ ଓ ଉଦ୍ୟାନ ବିଭାଗ ଚାଷୀ ଙ୍କ ପନୀ ପରିବା ଚାଷ ଆଦି ବୁଲି ଦେଖିବା ସହ ଚାଷୀ ମାନଙ୍କ ସହ ସିଧା ସଳଖ ଆଲୋଚନା କରି ଖୁସି ଅନୁଭବ କରି ଥିଲେ l ନିର୍ଦେଶକ କୁଲlଙ୍ଗେ ଫୁଲବାଣୀ ବ୍ଲକ ଅନ୍ତର୍ଗତ ପାଣ୍ଡିରୀମେଣ୍ଡି ଗ୍ରାମ କୁ ଯାଇ ସେଠାରେ ତୁଳସି ପ୍ରୋଡି ୟୁସର ଗ୍ରୁପ ପକ୍ଷରୁ ୨୦ଏକର ରବି ଚାଷ ଓ ଉନ୍ନତ କିସମ ଖରାଦିନିଆ ପନିପରିବା ଚାଷ ବୁଲି ଦେଖି ଚାଷୀ ଙ୍କ ସହ ଆଲୋଚନା କରିଥିଲେ l ସେଠାରେ ସୋଲାର ସିଷ୍ଟମ ରେ କରଯାଇଥିବା ଫେନସିଙ୍ଗ, ବୁନ୍ଦା ଜଳସେଚନ ବ୍ୟବସ୍ଥା, ଓ ସୋଲାର ଉଠା ଜଳସେଚନ ପ୍ରକଳ୍ପ ଗୁଡ଼ିକ କିଭଳି କାର୍ଯ୍ୟକ୍ଷମ ହେଉଛି ବୁଲି ଦେଖି ବିଭାଗ ର କାର୍ଯ୍ୟ ଶୈଳୀ କୁ ଉଚ୍ଚ ପ୍ରଶଂସା କରିଥିଲେ l ମହିଳା ମାନେ କିଭଳି ଯୋଜନାବଧ ପ୍ରକାରେ ମିଳିତ ଉଦ୍ୟମ ରେ ଉତ୍ପାଦନ କରି ବା ସହ ବିକ୍ରୀକରି ଜଣେ ଜଣେ ମହିଳା ବର୍ଷକୁ ଦେଢ଼ ଲକ୍ଷ ଟଙ୍କା ରୋଜଗାର କରି ସ୍ବାବଲମ୍ବୀ ହୋଇପାରିଛନ୍ତି ତାହା ପଚାରି ବୁଝି ଥିଲେ କୁଲlଙ୍ଗେ l ସେହିପରି ଧରିତ୍ରୀ ପି ଜି କିଭଳି ଧାନ ଚାଷ କରି ସ୍ବାବଲମ୍ବୀ ହୋଇପାରିଛନ୍ତି ବର୍ଣ୍ଣନା କରିଥିଲେ l ଏହାବ୍ୟତୀତ ଉଚ୍ଚ ସ୍ତରୀୟ ଟିମ୍ ପ୍ରlଡି ପଦର ଗ୍ରାମ କୁ ଯାଇ ଉନ୍ନତ କିସମର ଗ୍ରlଫଟେଡ ବାଇଗଣ ଚାଷ ଓ ନୂଆ କରି ଆରମ୍ଭ ହୋଇଥିବା ହଳଦୀ ଚାଷ ବୁଲି ଦେଖି ସନ୍ତୋଷ ପ୍ରକାଶ କରିଥିଲେ l ଉଦ୍ୟାନ ବିଭାଗ ନିର୍ଦେଶକ କୁଲlଙ୍ଗେ ଏଭଳି ଉନ୍ନତ କିସମର ବାଇଗଣ ଚାଷ କୁ ଆଖପାଖ ଅଞ୍ଚଳ ରେ ବହୁଳ ଭାବେ କରିବା ପାଇଁ ପରାମର୍ଶ ଦେଇଥିଲେ l ସେହିପରି ଫିରିଙ୍ଗିଆ ନିକଟ ମଣୀ ପଦର ଗ୍ରାମ କୁ ଯାଇ କଳିଆମ୍ବl ସ୍ପାଇସେ ସ ଡେଭଲପମେଣ୍ଟ ସୋସାଇଟି ପରିଦର୍ଶନ କରି କସମ ସହାୟତାରେ ହୋଇଥିବା ଚାଷୀ ମାନଙ୍କ ଅଦା ଓ ହଳଦୀ ଚାଷ ବୁଲି ଦେଖିବା ସହ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ l ଜୈବିକ ପଦ୍ଧତି ରେ ନିୟମିତ ଭାବେ କରଯାଉ ଥିବା ଅଦା ଓ ହଳଦୀ ଚାଷ ଦେଖି ଖୁସି ବ୍ୟକ୍ତ କରିଥିଲେ ନିର୍ଦ୍ଦେଶକ କୁଲାଙ୍ଗେ l କେବଳ ସେତିକି ନୁହେଁ ଅନ୍ୟ ଗଛ ସହାୟତାରେ ନୁତନ ଭାବେ ଗୋଲ ମରିଚ ଚାଷ ଦେଖି ଖୁସି ଅନୁଭବ କରିବା ସହ ଏହା ଅତିରିକ୍ତ ଭାବେ ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧି ରେ ସହାୟକ ହେବ ବୋଲି କୁଲା ଙ୍ଗେ କହିଥିଲେ l କ ନୂଆଗାଁ ବ୍ଲକ ଅଞ୍ଚଳ ରେ ହୋଇଥିବା ଡାଳିମ୍ବ ଚାଷ ଡେଖି ଖୁସି ବ୍ୟକ୍ତ କରିବା ସହ ଏହି ଚାଷ କୁ ବ୍ୟାପକ ଭାବେ କଲେ ଚାଷୀ ଉପକୃତ ହୋଇପାରିବେ ବୋଲି କହିଥିଲେ l ସେହିପରି କସମ୍ ପକ୍ଷରୁ ଦୀର୍ଘ ବର୍ଷ ହେଲା ସଫଳତାର ସହ ଚାଲିଥିବା ହଳଦୀ ପ୍ରସେଶିଂ ୟୁନିଟ ବୁଲି ଦେଖି ଖୁସି ଅନୁଭବ କରିବା ସହ ପରିଚାଳନା କମିଟି ସଦସ୍ୟ ଓ କର୍ମଚାରୀ ଙ୍କ ସହ ଆଲୋଚନା କରିଥିଲେ l କସମ ସମ୍ପାଦକ ସଂଜିତ କୁମାର ପଟ୍ଟନାୟକ ଓ ଉଦ୍ୟାନ ବିଭାଗ ଉପ ନିର୍ଦେଶକ ଶ୍ରୀମତୀ ସ୍ମିତା ମହାନ୍ତି ଙ୍କ ନିଷ୍ଠା ପର ଉଦ୍ୟମ ଆନ୍ତରିକତା କାର୍ଯ୍ୟ ଦକ୍ଷତା ଓ ଆଗ୍ରହ ପ୍ରକାଶ ଯୋଗୁଁ ଜିଲାରେ ଉଦ୍ୟାନ କୃଷି ର ଢେର ଉନ୍ନତୀ ଘଟିଛି l କସମ ଅନ୍ତର୍ଭୁକ୍ତ ହଜାର ହଜାର ହଳଦୀ ଓ ଅଦା ଚାଷୀ ଆଜି ସ୍ବାବଲମ୍ବୀ ହେବା ସହ ସେମାନଙ୍କ ଅର୍ଥ ନୈତିକ ଅଭିବୃଦ୍ଧି ହୋଇଛି l ଜିଲାପାଳ ବେଦ ଭୂଷଣ, ଉଦ୍ୟାନ ବିଭାଗ ଉପ ନିର୍ଦେଶକଶ୍ରୀମତୀ ସ୍ମିତା ମହାନ୍ତି, କସମ୍ ସମ୍ପାଦକ ସଂଜିତ କୁମାର ପଟ୍ଟନାୟକ, ଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ l