ବାଲେଶ୍ୱର, ୨୨/୦୬ ( ପ୍ରଭାକର ମଲ୍ଲିକ ) : ପେଶାରେ ତହସିଲଦାର ନିଶା ତାଙ୍କର ଦଲାଲ୍ ଗିରି। ଜଳେଶ୍ଵର ରେ ଦଲାଲ୍ ତହସିଲଦାର ବ୍ରାଣ୍ଡେଡ୍ କପଡ଼ା ବ୍ରାଣ୍ଡେଡ୍ ଚଷମା l ଦାମି ଘଣ୍ଟାକୁ ଚାଲ ଅଧିକା l ଜଳେଶ୍ଵର ରେ ତହସିଲ ଭାବେ ଦାୟିତ୍ଵ ନେଇ କାମ କରନ୍ତି। ଜଳେଶ୍ଵର ସୁପଭାଇଜର ଦ୍ବାରା ଭଲ ମୋଟା ଅଙ୍କର ଡିଲ୍ ଫାଇନାଲ କରନ୍ତି ଜଳେଶ୍ଵର ତହସିଲଦାର ସତ୍ୟଜିତ୍ ମହାନ୍ତି। ଚାକିରି କରିଛନ୍ତି ସତ କିନ୍ତୁ ଜଳେଶ୍ଵର ଛାତି ଉପରେ ଖିରି ଖିରି ଚକର କାଟୁଛନ୍ତି ଦଲାଲ୍ ତହସିଲଦାର। ଯିଏ ସମସ୍ୟା କମ୍ ଦେଖାଉଛନ୍ତି ହେଲେ ଦଲାଲ୍ ଗିରି ଅଧିକାରୀ କରୁଛନ୍ତି। ବାଲି ମାଫିଆ ଠାରୁ ଆରମ୍ଭ କରି ମାଟି,ମୋରମ, ପଥର ଡମ୍ପର ଟ୍ରାକ୍ଟର ମାନଙ୍କ ଠାରୁ ଚାଦା ଆଦାୟ ପର୍ଯ୍ୟନ୍ତ ସବୁଠି ଏହି ତହସିଲଦାର ତାଙ୍କର କର୍ମଚାରୀ ମାନଙ୍କୁ ପଠାନ୍ତି ଜଳେଶ୍ଵର ତହସିଲଦାର। ଖାଲି ସେଥିକି ନୁହେଁ ତହସିଲଦାର ଭାବେ କାମ କରି ଏହି ଦଲାଲ୍ ତହସିଲଦାର ସବୁ ମାଫିଆ ମାନଙ୍କୁ ହାତରେ ରଖିଛି। ମାଫିଆ ମାନଙ୍କ ବଳରେ ସେ ଏବେ ବଳିୟାର ହେଉଛି। ଯାହାକୁ ନେଇ ସବ କଲେକ୍ଟର କହିଛନ୍ତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି କହିଛନ୍ତି। ଜଳେଶ୍ଵର ରେ ଗୋଟିଏ ପ୍ରଶ୍ନ ଏହି ଭଳି ଅଫିସର ଏଠି ରହିଲେ ଜଳେଶ୍ଵର କୁ ପୁରା ବଦଲାମ କରିବାକୁ ବେଶି ସମୟ ଲାଗିବ ନାହିଁ। ବାବୁଙ୍କୁ ଲାଗୁଛି ଟଙ୍କା ର ଲୋଭ । ଉପୁରି ଟଙ୍କା ରେ ବିଲାଶ ପୋର ରେ ଜିବନ ଯାପନ କରିବେ। ସବୁଠାରୁ ବଡ଼ କଥା ହେଉଛି ଏବେବି ବାବାଙ୍କ କୋଟି କୋଟି ଟଙ୍କା ଲୁଭ ରହିଛି। ନିଶା ହେଉଛି ଏଙ୍କାର ମାସକୁ ୨୦ ଲକ୍ଷ୍ୟ ଦରକାର। ସେତି ପାଇଁ ତହସିଲଦାର ବାବୁ ଟଙ୍କା ପାଇଁ ଇଏ ସବୁ କିଛି କରିପାରନ୍ତି। ଯେଉଁ ବଡ଼ବଡ଼ିଆ ମାଫିଆ ମାନଙ୍କ ନିଜର private quarter ରେ ବସି ଡଲି ଫାଇନାଲ କରନ୍ତି ଏବଂ ତାଙ୍କ ପାଟିରେ ଇଏ ଛୁରୀ ମାରନ୍ତି। ଦଲାଲ୍ ତହସିଲଦାର ଏବେ ଜିଲାପାଳଙ୍କୁ ବଦନାମ କରିବାରେ ଲାଗିଛି। କିଛି ମାଫିଆଙ୍କ ସହ ସଠାବସା କରି ସେମାନଙ୍କୁ ହାତରେ ବସାଇଲେଣି।ମାଲଲା ଯାହେଉ ନାଁ କାହିଁକି ବାହାର ଦଲାଲ୍ କରି ଟଙ୍କ ପାଇବା ମାତ୍ରେ ମାମଲାକୁ ରଫା ଦଫା କରିବାରେ ସହଯୋଗ କରନ୍ତି। କେବଲ କିଛି ଟଙ୍କା ତହସିଲଦାର କର୍ମଚାରୀ ମାନଙ୍କୁ ଦିଅନ୍ତି ବାକି ସବୁ ଟଙ୍କା ତାଙ୍କ ପକେଟ୍ ରେ ରଖନ୍ତି। ଜାଲରେ ଫଶି ରହିଛି ଜଳେଶ୍ଵର ସୁପର୍ ଭାଇଜର ଶରତ ବେହେରା ତହସିଲଦାର। ୬ ବର୍ଷ ଭିତରେ ବାଲି ମାଫିଆ ମାଟି ମାଫିଆ ୬ କୋଟି ଟଙ୍କା ନେଇ ଥିବା ସାଧାରଣରେ ଆଲୋଚନା ହେଉଛି। ଗାଡ଼ି ଧରାପଡ଼ିଲେ ଫୋନରେ ହେଉଛି ଡିଲ୍। ଜଳେଶ୍ବରରୁ ସାମନାକୁ ଆସିଛି ତହସିଲ କର୍ମଚାରୀଙ୍କ ଭାଇରାଲ ଅଡ଼ିଓ । ସାରଙ୍କ ସହ କଥା ହୁଅ, ଡିଲ୍ ଫାଇନାଲ କର, ଗାଡି ନେଇଯାଅ। ଆଉ ପ୍ରଶାସନ ଗାଡି ଧରି ମୁକୁଳାଇବାକୁ ଫୋନରେ ଡିଲ୍ କରୁଥିବା ହୋଇଛି ଅଭିଯୋଗ। ଗାଡ଼ି ମାଲିକଙ୍କୁ ସିଧାସଳଖ ଟଙ୍କା ମାଗୁଛନ୍ତି ତହସିଲଦାର ଅଫିସର କର୍ମଚାରୀ। ଭାଇରାଲ ହେଉଥିବା ଏହି ଅଡିଓରେ ରହିଛି ଗାଡି ମାଲିକ ଓ ତହସିଲ ସୁପରଭାଇଜରଙ୍କ ମଧ୍ୟରେ କଥାବାର୍ତ୍ତା। । ମାଟି ଗାଡି ଛାଡିବାକୁ ସେ ଦାବି କରିଥିଲେ ଲକ୍ଷେ ୨୦ ହଜାର ଟଙ୍କା। ଆଉ ଡିଲ୍ ଫାଇନାଲ ହୋଇଥିଲା ୭୦ ହଜାରରେ। ଜଳେଶ୍ଵର ତହସିଲରେ ବିରୋଧରେ ଥାନାରେ ହେଲା ଅଭିଯୋଗ । ଦୀର୍ଘ ବର୍ଷ ଧରି ଜଳେଶ୍ଵର ତହସିଲରେ କାର୍ଯ୍ୟ କରୁଥିବା ସେହି ବାବୁଙ୍କ ବଦଳି ହେଉନାହିଁ କାହିଁକି ।ମାତ୍ର ଜଳେଶ୍ଵର ତହସିଲରେ ସତ୍ୟଜିତ୍ ମହାନ୍ତି ଫୋନ୍ ରେକର୍ଡ ଯାଞ୍ଚ କଲେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଦାବି ହେଉଛି। ଅପରପକ୍ଷରେ ନନ୍ଦିକା ଗ୍ରାମର ଅଧିପ କୁମାର ଭୂୟାଁ ଏକ ସରକାରୀ ପ୍ରକଳ୍ପରେ ମାଛ ଚାଷ ପାଇଁ ପୋଖରୀ ଖନନ କରି ପୋଖରୀରୁ ବାହାର କରାଯାଇଥିବା ମାଟି ଟ୍ରାକ୍ଟରରେ ବୋହି ଆଡ଼ି ବନ୍ଧ କରୁଥିବା ବେଳେ ଜଳେଶ୍ଵର ତହସିଲ କର୍ତ୍ତୃପକ୍ଷ ୬ ଗୋଟି ଟ୍ରାକ୍ଟର ମେ ମାସ ୨୭ ତାରିଖରେ ଜବତ କରି ତାଙ୍କ ଠାରୁ ୭୦ ହଜାର ଟଙ୍କା ନେଇଥିଲେ | ୪ଟି ଟ୍ରାକ୍ଟର ଛାଡ଼ି ଦେଇଥିଲେ | ବାକି ୨ଟି ଟ୍ରାକ୍ଟର ଡବ୍ଲୁବି ୩୫୩୫ ୧୩ ଏବଂ ଡବ୍ଲୁ ୩୨ର୮୮୬୬ ଗାଡିକୁ ଛାଡ଼ିନଥିଲେ । ଯାହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଏବଂ ଟଙ୍କା ଶୋଷଣରେ ଶିକାର ହୋଇଥିବା ଟ୍ରାକ୍ଟର ମାଲିକ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଥାନାରେ ମାମଲା ଦେବାରୁ ତହସିଲ କର୍ତ୍ତୃପକ୍ଷ ତରବରିଆ ଭାବେ ବାକି ଦୁଇଟି ଟ୍ରାକ୍ଟରକୁ ୩୪୪/୨୦୨୬ ରେ ଏକ ମାମଲା ରୁଜୁ କରି କୋର୍ଟ ପରିସରକୁ ପଠାଇ ଦେଇଥିବା ଜଣାପଡ଼ିଛି। ଏଠାରେ ସାଧାରଣରେ ପ୍ରଶ୍ନ ଉଠିଛି ଯେ ଦୀର୍ଘ ୨୦ ଦିନ ଧରି କାହିଁକି ଗାଡ଼ି ଗୁଡିକୁ ତହସିଲ ପରିସରେ ପକାଇ ରଖୁଥିଲେ ବାକି ୪ ଗୋଟି ଗାଡି କେଉଁ ଆଧାରରେ ଛାଡ଼ିଦେଇଥିଲେ ତାହା ମଧ୍ୟ ସାର୍ବଜନୀନ ହେବାର ଆବଶ୍ୟକତା ରହିଛି। ଏହି ଘଟଣାରେ ଜିଲ୍ଲାପାଳ ଓ ଏସ୍ପି ନିଜେ ତଦନ୍ତ କରିବାର ଆବଶ୍ୟକତା ରହିଛି ବୋଲି ଅଭିଯୋଗକାରୀ କରିଛନ୍ତି l ସୂଚନାରୁ ପ୍ରକାଶ, ଜଳେଶ୍ଵର ତହସିଲରେ ସତ୍ୟଜିତ୍ ମହାନ୍ତି ଗୋଟିଏ ବର୍ଷ ରହିବା ନିବା ଭିତରେ ବାଲି ମାଫିଆ, ଜମି ଦଲା ଲାଲ, ଇଟା ବ୍ୟବସାୟୀ, ଚିଙ୍ଗୁଡି ଝିଲ ବ୍ୟବସାୟୀ ଓ ବିଭିନ୍ନ ଯାନବାହାନ ମାଲିକଙ୍କଠାରୁ କୋଟି କୋଟି ଟଙ୍କା ନେଇଥିବା ଶୁଣିବାକୁ ମିଳୁଛି। ତା’ସାଙ୍ଗକୁ ବିଭିନ୍ନ ମାଟି ଗାଡ଼ି ବାଲି ଗାଡ଼ି ପଥର ଗାଡ଼ି ମୋରମ ଗାଡ଼ି ଦଫା ରଫା କରିବା ପାଇଁ ଲୋକଙ୍କଠାରୁ ମଧ୍ୟ ମୋଟା ଆକାରରେ ଅର୍ଥ ନେଇଥିବା ଅଭିଯୋଗ ହେଉଛି। । ଆଜିକାଲି ଭିଜିଲାନ୍ସର ଭୟ ରହୁଥିବାରୁ ସିଧା ଜଳେଶ୍ଵର ଜଣେ ଦଲାଲ୍ ଙ୍କ ମାଧ୍ୟମରେ ନେଉଛନ୍ତି ତହସିଲଦାର l
ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l
