ଟିମ୍ ବୃନ୍ଦାବନ ଠାରୁ ଟିମ୍ ଓଡିଶା ପରାସ୍ତ..
କଟକ, ୨୨/୦୬ ( କାହୁଁ ଚରଣ ବାରିକ ) : କଟକ ବାରବାଟୀ ଷ୍ଟାଡିୟମ୍ ରେ ଆଜି ପ୍ରତ୍ୟୁଷ ରେ ଗୁପ୍ତା ପାରିବାର ପକ୍ଷରୁ ଆୟୋଜିତ ଏକ ବନ୍ଧୁତ୍ୱପୂର୍ଣ୍ଣ ୧୦ଓଭର କ୍ରିକେଟ୍ ମ୍ୟାଚ୍ ଦତ୍ତରାମ ସହାୟ ତ୍ରିପାଠୀ ଙ୍କ ନେତୃତ୍ୱ ରେ ଟିମ୍ ବୃନ୍ଦାବନ ଶୟନ ଶର୍ମା ଙ୍କ ଅଧିନାୟକତ୍ଵ ରେ ପରିଚାଳିତ ଟିମ୍ ଓଡିଶା କୁ ୧୯ରନ ରେ ପରାସ୍ତ କରିଛି। ବୃନ୍ଦାବନ ରୁ କଟକ ଆସିଥିବା କଥାବାଚକ ଇଁଦେଶଜି ମହାରାଜ ବ୍ୟକ୍ତିଗତ ୮୮ରନ କରି ମ୍ୟାନ ଅଫ ଦି ମ୍ୟାଚ୍ ହେବା ସହିତ ଦଳ ର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ପ୍ରାରମ୍ଭ ରେ ଟିମ୍ ବୃନ୍ଦାବନ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାପାଇଁ ନିଷ୍ପତି ନେଇଥିଲେ। ଇନ୍ଦ୍ରେଶ ଜି ମହାରାଜ ଧୂଆଁଧାର ଓପନିଂ ବ୍ୟାଟିଂ କରି ୪୦ ବଲ୍ ରେ ୮୮ରନ ସଂଗ୍ରହ କରିଥିଲେ। ସେଥିରେ ୧୫ ଚୌକା ଏଵଂ ୪ ଛକା ସାମିଲ ଥିଲା। ଏଵଂ ଗୋଟିଏ ୱିକେଟ୍ ବିନିମୟ ରେ ଦଳ ର ରନ ୧୧୩ ରେ ପହଞ୍ଚିଥିଲା। ଏହାର ଜବାବ ରେ ଟିମ୍ ଓଡିଶା ୬ୱିକେଟ୍ ହରାଇ ୯୪ରନ୍ ସଂଗ୍ରହ କରିବାରେ ସମର୍ଥ ହୋଇଥିଲା। ପ୍ରତିକୂଳ ପାଗ ଓ ବର୍ଷା ସତ୍ତ୍ୱେ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ଗ୍ରହଣ କରି ମହାରାଜ କହିଥିଲେ ଯେ ମନ୍ୟୁଷ୍ୟ ଜୀବନରେ ଯେତେ ପ୍ରତିକୂଳ ପରିସ୍ଥିତି ଆସିଲେ ସୁଦ୍ଧା ସକାରାତ୍ମକ ଭାବନା ଓ ପ୍ରଭୁ ଜଗନ୍ନାଥ ଙ୍କ ପ୍ରତି ଭକ୍ତିଭାବ ପ୍ରଦର୍ଶନ ମାଧ୍ୟମରେ ସଫଳତା ପ୍ରାପ୍ତି ର ସମର୍ଥ ହେବା ସମ୍ଭବ। ଏହି କ୍ରିକେଟ୍ ମ୍ୟାଚ୍ ତାର ବଳିଷ୍ଠ ନିଦର୍ଶନ। ଗୁପ୍ତା ପାରିବାର ର ସଜନ୍ ଗୁପ୍ତା, ଶଙ୍କର ଗୁପ୍ତା , ମାରୱାଡି ସମାଜ ର ସଭାପତି ସଞ୍ଜୟ ଶର୍ମା ଓ ଚାର୍ଟାଡ ଆକାଉଣ୍ଟାଣ୍ଟ ପ୍ରଦୀପ ଅଗ୍ରୱାଲ ଙ୍କ ସମେତ ୩୦୦ କ୍ରିକେଟ୍ ପ୍ରେମୀ ମ୍ୟାଚ୍ କୁ ଉପଭୋଗ କରିଥିଲେ।