ରାୟଗଡ଼ ବ୍ଲକ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ରାୟଗଡ଼, ୨୧/୦୬ ( ଭି. ଗୌରି ଶଙ୍କର ରାଓ ) : ରବିବାର ସକାଳେ ରାୟଗଡ଼ ବ୍ଲକ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ଯୋଗ ସଂଯୋଜକ ଶ୍ରୀ ରାଧାକୃଷ୍ଣ ମହାପାତ୍ର ଏବଂ ରାଜେନ୍ଦ୍ର ଚୌଧୁରୀଙ୍କ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡ: ପଦ୍ମଜା ପଟ୍ଟନାୟକ, ରାଜ୍ୟ ସ୍ୱର୍ଣ୍ଣ ପଦକ ବିଜେତା ରାଜଶ୍ରୀ ଜେନା ଏବଂ ଶ୍ରୀମତୀ ଖୁସବୁ ରାଣୀ ଉପସ୍ଥିତ ରହି ଅଂଶଗ୍ରହଣକାରୀଙ୍କୁ ଯୋଗାସନ ତାଲିମ ପ୍ରଦାନ କରିଥିଲେ । ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରଯୁକ୍ତ କାଳୁ ଚରଣ ନାୟକ ଉପସ୍ଥିତ ରହି ସୁସ୍ଥ ଶରୀର ପାଇଁ ଯୋଗର ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ। ପି ଏମ୍ ଶ୍ରୀ ଗୋଵିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ, ରାୟଗଡ଼ ବାଳିକା ଉଚ୍ଚ ବିଦ୍ୟାଳୟ, ଗାନ୍ଧୀନଗର ଓ ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷାର୍ଥୀ ଓ ଗାଇଡ ଶିକ୍ଷକ ଶିକ୍ଷୟିତ୍ରୀ, ଗାନ୍ଧିନଗର ର ମାଆ ମଙ୍ଗଳା, ଦାମୋଦର ଓ ଗଜଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ, ଇନ୍ଦିରାନଗରର ମା ତାରାତାରିଣୀ ଓ ନାଗାବଳୀ ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା, ରାୟଗଡ଼ ବ୍ଲକର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ, ନିଳାଞ୍ଚଳ ମିଶ୍ର ଶିକ୍ଷକ ଏହାର ପରିଚାଳନା କରିଥିଲେ ।