64ତମ CRPF ବାଟାଲିୟନରେ ପାଳିତ ହେଲା 12ତମ ଅନ୍ତର୍ଜାତୀୟ ଯୋଗ ଦିବସ
କଳାହାଣ୍ଡି, ୨୧/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : ସ୍ୱରାଷ୍ଟ୍ର ସଚିବ, ଆୟୁଷ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ନୂଆଦିଲ୍ଲୀ ଏବଂ ମହାନିର୍ଦ୍ଦେଶାଳୟ (ପ୍ରଶିକ୍ଷଣ), CRPF, ନୂଆଦିଲ୍ଲୀ ଏବଂ ଓଡ଼ିଶା ସେକ୍ଟର CRPF କାର୍ଯ୍ୟାଳୟ, 64 ବାଟାଲିୟନଙ୍କ ମାର୍ଗଦର୍ଶନରେ, କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀ 21 ଜୁନ 2026 ରେ 64ତମ ବାଟାଲିୟନ, CRPF ଠାରେ 12ତମ ଅନ୍ତର୍ଜାତୀୟ ଯୋଗ ଦିବସ-2026 କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା ଶ୍ରୀ ଅଜୟ କୁମାର, କମାଣ୍ଡାଣ୍ଟ, 64ତମ ବାଟାଲିୟନ, ଅନ୍ୟ ଅଧିକାରୀମାନେ ଶ୍ରୀ ଭି. ଜୟମାଧବନ, ଦ୍ୱିତୀୟ କମାଣ୍ଡିଂ ଅଧିକାରୀ, ଡକ୍ଟର ଏସ୍.ଡି. ନାଗା ମାଲେସ୍ୱରାଓ (CMO) (OG), ଶ୍ରୀ ଜିତବାହନ ଓରାଓଁ, (ଡି.କମାଣ୍ଡ) ଏବଂ ଅନ୍ୟାନ୍ୟ ଅଧିକାରୀ, ଜବାନ ଏବଂ ସାଧାରଣ ନାଗରିକମାନେ କରିଥିଲେ।