Hot Posts

6/recent/ticker-posts

ଗଣ୍ତାବାହାଲିଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ସିନାପାଲି, ୨୧/୦୬ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ଡାଵାହାଲି ହାଇସ୍କୁଲ ପଡ଼ିଆ ଠାରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ତତ୍ତ୍ଵାଵଧାନରେ ସ୍ଥାନୀୟ ପଞ୍ଚାୟତ ହାଇସ୍କୁଲ, ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ର ଛାତ୍ରୀ ଏବଂ ଗଣ୍ତାବାହାଲି ଗ୍ରାମର ଜନସାଧାରଣଙ୍କ ଯୋଗଦାନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ଗଣ୍ଡାଵାହାଲି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଡ.ଵିଦ୍ୟାଭୁଷଣ ବାରିକ , ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ହାଇସ୍କୁଲ ଗଣ୍ଡାଵାହାଲିର ପ୍ରଧାନ ଶିକ୍ଷକ ଜଗନ୍ନାଥ ସେଠୀ, ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ହେମ୍ ସାଗର ସାହୁ ପ୍ରମୁଖ ଯୋଗଦାନ କରିଥିବା ବେଳେ ଯୋଗ ଗୁରୁ ଦ୍ରୋଣେଶ୍ଵର ଜଗତ ଏଵଂ ଯୋଗ ଶିକ୍ଷୟତ୍ରୀ ଗୀତାଞ୍ଜଳୀ ମେହେର ଯୋଗ ଶିଖାଇ ଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଗୁପ୍ତେଶ୍ୱର ମେହେର ପ୍ରାରମ୍ଭରେ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ପଞ୍ଚାୟତ ହାଇସ୍କୁଲ ଗଣ୍ଡାଵାହାଲିର ବିଜ୍ଞାନ ଶିକ୍ଷକ କୈଳାସ ଚନ୍ଦ୍ର ଦାସ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ହୋଇଥିବା ପ୍ରତିଯୋଗିତା ରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସ୍ଥାନୀୟ ଯୁବକ ଯୁବତୀ ମାନେ ବହୁ ସଂଖ୍ୟାରେ ଯୋଗଦାନ କରି ଆନ୍ତର୍ଜାତୀୟ ଯୋଗ ଦିବସ କୁ ମହାସମାରୋହରେ ପାଳିତ ହୋଇଥିଲା ।