ବାଲିଆପାଳ ଵିଜୁ ଜନତା ଦଳର ସାଙ୍ଗଠନିକ କର୍ମଶାଳା ଓ କର୍ମୀ ବୈଠକ
ବାଲିଆପାଳ, ୨୧/୦୬ ( ସନ୍ୟାସୀ ବେହେରା ) : ତା 21/6/26ରିଖ ରବିବାର ବାଲିଆପାଳ ଵିଜୁ ଜନତା ଦଳର ସାଂଗଠନିକ କର୍ମଶାଳା ଓ କର୍ମୀ ବୈଠକ ନିଖିରା ପଞ୍ଚାୟତର ITI ବିଦ୍ୟାଳୟରେ ବାଲିଆପାଳ ବ୍ଲକ ବିଜେଡି ସଭାପତି ଭଗବାନ ଗିରିଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି |ବୈଠକରେ ମୁଖ୍ୟ ଅତିଥି ରୂପେ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଓ ବର୍ତ୍ତମାନର ବିଜେଡି ରାଜ୍ୟ ଉପସଭାପତି ରଘୁନାଥ ମହାନ୍ତି ଓ ବସ୍ତା ନିର୍ବାଚନ ମଣ୍ଡଳୀର ସଂଯୋଜକ ତଥା ବସ୍ତା ବ୍ଲକର ବିଜେଡି ସଭାପତି ମହାଦେବ ଦାସ, ବାଲିଆପାଳ ବ୍ଲକର କାର୍ଯ୍ୟକାରୀ ବିଜେଡି ସଭାପତି ସ୍ମୃତି ରଞ୍ଜନ ଖୁଣ୍ଟିଆ, ପୂର୍ବତନ ଜିଲ୍ଲା ଛାତ୍ର ସଭାପତି ଶିବଆନନ୍ଦ ଦାସ ଅଧିକାରୀ, ପରମେଶ୍ୱର ବାରିକ, ସୁଶାନ୍ତ ଗିରି, ହୈମ ବତୀ ବେହେରା, ମହେନ୍ଦ୍ର ବିଶ୍ୱାଳ, ମନ୍ମଥ ଚକ୍ରବର୍ତ୍ତୀ, ବରୁଣ ଦାସ, ପୂର୍ବତନ ସରପଞ୍ଚ ଶରତ ପ୍ରଧାନ, ମୃତ୍ୟୁଞ୍ଜୟ ଗୋଛାୟତ, ଓ ଜିଲ୍ଲା ବିଜେଡି ଛାତ୍ର ନେତା ଓ ବସ୍ତା ଯୁବ ନେତା ପୂର୍ଣ୍ଣଚନ୍ଦ୍ର ଜେନା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ | ବାଲିଆପାଳ ବ୍ଲକର ବିଭିନ୍ନ ପଂଚାୟତର ସଭାପତି ଓ କର୍ମୀ ମାନେ ନିଜ ନିଜ ପଂଚାୟତର ସଂଘଠନ ସମ୍ବନ୍ଧରେ କହିଥିଲେ | ମୁଖ୍ୟ ଅତିଥି ରଘୁନାଥ ମହାନ୍ତି ଅତି ଶୀଘ୍ର ବ୍ଲକ କମିଟି ପଂଚାୟତ କମିଟି ଓ ଦୁଇ ବ୍ଲକକୁ ନେଇ ହୋଇଥିବା ବସ୍ତା ନିର୍ବାଚନ ମଣ୍ଡଳୀ ସମନ୍ୱୟ କମିଟି ଗଠନ କରିବାକୁ ପରା ମର୍ଶ ଦେଇଥିଲେ |ସଂଯୋଜକ ମହାଦେବ ଦାସ SIR ସମ୍ବଦ୍ଧରେ ବୁଝାଇ ଥିଲେ |ଶେଷରେ ଶିବାନନ୍ଦ ଦାସ ଅଧିକାରୀ ଧନ୍ୟବାଦ ଦେଇଥିଲେ |