Hot Posts

6/recent/ticker-posts

ମନରେଗା ରାସ୍ତା କାମରେ ଫଲ୍ସ ବିଲ ଅଭିଯୋଗ ସାମ୍ନା କୁ ଆସିଛି ।

ଜୟପାଟଣା, ୨୦/୦୬ ( ରିତେଶ କୁମାର ମୁଣ୍ଡ ) :  ମନରେଗା ଯୋଜନା ରେ ବ୍ୟାପକ ଦୁର୍ନୀତି ଅଭିଯୋଗ ସାମ୍ନାକୁ ଆସିଛି କାମ ନକରି ସ୍ଥାନୀୟ ADEO ସରପଞ୍ଚ ଏବଂ PEO ମିଳିତ ଭାବରେ ବିଲ ହଡ଼ଫ୍ କରିଥିବା ସୂଚନା ଜଣାପଡ଼ିଛି। ଏଭଳି ଦୁର୍ନୀତି ଦେଖିବାକୁ ମିଳିଛି କଲାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବାନେର ଗ୍ରାମପଞ୍ଚାୟତ ର ଲୁହବୁହା ଠାରୁ କଦଲୀବାହାଲି ରାସ୍ତା ଉନ୍ନତି କାରଣ ପ୍ରକଳ୍ପ ରେ । ରାସ୍ତା ଉନ୍ନତିକରଣ ପାଇଁ ମନରେଗା ଯୋଜନା ର ପାଞ୍ଚ ଲକ୍ଷ ଟଙ୍କା ପାଣ୍ଠି ରହିଥିବା ବେଳେ 3ଲକ୍ଷ୍ୟ 62 ହଜାର 910ଟଙ୍କା କେବଳ ଶ୍ରମିକ ନିୟୋଜିତ କରି ତାଙ୍କ job card ମାଧ୍ୟମରେ ମଜୁରୀ ଦେବା ବଦଳରେ , କାମ ନକରି କେତେକ job card ହିତାଧିକାରୀ ଙ୍କୁ କିଛି ପଇସା ଦେଇ nmms ଦ୍ୱାରା ପଇସା ପକାଇ ହଡ଼ଫ୍ କରିଥିବା ଜଣାପଡ଼ିଛି।  ଖାଲି ସେତିକି ନୁହଁ 1ଲକ୍ଷ୍ୟ 39 ହଜାର 90 ଟଙ୍କା ସାମଗ୍ରୀ ଅଂଶ ରହିଥିବା ବେଳେ ଏହାର କୌଣସି କାମ ନକରି ରାତି ଅଧରେ ମୁରୁମ୍ ଟିକେ ଟିକେ JCB ମେସିନ୍ ବ୍ୟବହାର କରି ସ୍ପ୍ରେଡ କରିଥିବା ଜଣାପଡ଼ିଛି । ଜିରୋ ଗ୍ରାଉଣ୍ଡ ରେ ଦେଖିବାକୁ ଗଲେ କୌଣସି ରାସ୍ତା କାମ କରାଯାଇ ନାହିଁ, ଭଲରେ ରାସ୍ତା ତିଆରି କରାଯାଉ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।ଏନେଇ ସରକାର ଏବଂ ପ୍ରଶାସନ ପକ୍ଷରୁ କେବେ ଦୃଷ୍ଟି ଦେବେ କିମ୍ବା ଦୁର୍ନୀତି କୁ ଘଣ୍ଟ ଘୋଡାଇ ରଖିବେ ତାହା ଦେଖିବାକୁ ବାକି ରହିଲା।