Hot Posts

6/recent/ticker-posts

ବ୍ରିଜ୍ କାମ ବେଳେ ମନ୍ତେଇ ନଦୀରେ ଅଘଟଣ! ଗୋଟିଏ ବୋଲି ପୁଅକୁ ହରାଇ କାନ୍ଦୁଛନ୍ତି ବାପା-ମାଆ

ବାସୁଦେବପୁର, ୨୦/୦୬ ( ଅକ୍ଷୟ କୁମାର ବେହେରା ) : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ , ନାୟକାଣିଡ଼ିହି ଥାନା ଅନ୍ତର୍ଗତ, ବାଲିଆପାଳ ଘାଟ, ମନ୍ତେଇ ନଦୀରେ ରେ ବ୍ରିଜ ନିର୍ମାଣ ନେଇ ଘଟିଛି ଏକ ବଡ଼ ଅଘଟଣ, ବାଲିଆପାଳ ଘାଟ ରେ ବ୍ରିଜ କାମ ବେଶ ଧୁମ୍ ଧାମ ଚାଲିଥିବା ବେଳେ, କମ୍ପାନୀ ରେ 3 ଜଣ ପିଲା କାମ କରୁଥିଲେ ,ତା ୧୮/୦୬/୨୬ ରିଖ ଦିନ ଫୋନ୍ ଆସିଥିଲା, କମ୍ପାନୀ ରୁ ବିଜୟ ପାଖକୁ, କିଛି ଫୋଟ ଉଠାଇବା ପାଇଁ , ଏବଂ ବିଜୟ କିଛି ତଥ୍ୟ ସଂଗ୍ରହ କରୁଥିବା ବେଳେ ମନ୍ତେଇ ନଦୀରେ ଡଙ୍ଗାରେ ତିନି ଜଣ ଯୁବକଙ୍କ ଗୋଡ଼ ଖସିଯଥିଲା, ନାୟକାଣିଡିହି ଥାନା ଆଇ ଆଇ ସି ଉମାଶଙ୍କର ନାୟକ, ଅଗ୍ନିଶମ ବାହିନୀ ପକ୍ଷରୁ ଅପରେସନ 2 ରୁ 3 ଜାରି ରହିଥିବା ବେଳେ ଦୁଇ ଯୁବକଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲକୁ ଆମ୍ବୁଲାନ୍ସ ସାହାଯ୍ୟରେ ପଠାଇଥିବା ବେଳେ, ଆଉଜଣେ ଯୁବକ ବିଜୟ ନିଖୋଜ ଥିଲେ, ଗତ କାଲି ତା ୧୯/୦୬/୨୬ରିଖ ଦିନ 9 ଘଟିକା ସମୟରେ ବିଜୟ ଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା, ମୃତ ଦେହ ଦେଖି ବାପା ମା କାନ୍ଦି କାନ୍ଦି, ଭାରାସାମ୍ୟ ହରାଇଛନ୍ତି, ବିଜୟ ଥିଲେ ବାପା ମାଁଙ୍କର ଗୋଟିଏ ବୋଲି ଗେହ୍ଲାପୁଅ , ସେ କେମେରା ମେନ୍ ଭଳି କାମ କରୁଥିଲେ, ସେତିକି ରେ ଯେତିକି ରୋଜଗାର ହେଉଥିଲା, ଦୁଃଖେ ସୁଖେ ବାପା ମାଆ ଚଳିଯାଉଥିଲେ , ପୁଅ ଚାଲିଗଲା ପରେ ବାପା ମାଆ ପୁରା ବେସାହାରା ହୋଇ ଯାଇଛନ୍ତି, ଏପଟେ କମ୍ପାନୀ ଅଫିସର ବାବୁ ମାନଙ୍କର ଦେଖା ଦର୍ଶନ ନାହିଁ, ଏଥି ପ୍ରତି ଟିକେ ପ୍ରଶାସନ ଧ୍ୟାନ ଦେଲେ, ବେସାହାରା ବାପା ମାଆ ଉପକୃତ ହେବେ, ବୋଲି ଆମେ ଆଶା କରୁଛୁ,- 



ବାସୁଦେବପୁର ଅକ୍ଷୟ କୁମାର ବେହେରା