ପୂର୍ବ ରୁ ଦୁର୍ନୀତି ଅଭିଯୋଗ ଥିବା ୩ଜଣ ଠିକାଦାରଙ୍କୁ ଗିରଫ କଲା ଭିଜିଲାନ୍ସ ।
କଟକ, ୨୫/୦୬ ( କାଁହୁ ଚରଣ ବାରିକ ) : ପୂର୍ବ ରୁ ଦୁର୍ନୀତି ଅଭିଯୋଗ ଥିବା ୩ଜଣ ଠିକାଦାରଙ୍କୁ ଗିରଫ କଲା ଭିଜିଲାନ୍ସ । ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ନାଁ ରେ ପ୍ରାୟ ୩କୋଟି ଟଙ୍କାର ଦୁର୍ନୀତି । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଭିଜିଲାନ୍ସ ଅତରିକ୍ତ ଏସପି ଅନୁପମା ମହାପାତ୍ର । ୨୦୨୧ରୁ୨୦୨୩ ମଧ୍ୟରେ ହୋଇଥିଲା ମହାଦୁର୍ନୀତି । ତିନୋଟି ଜିଲ୍ଲା ଯାଜପୁର, ନୟାଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବାରେ ଅନିୟମିତତା ଅଭିଯୋଗ ଆସିଥିଲା। ୧ହଜାର କ୍ଲଷ୍ଟରରେ ଏଲ ଇ ଡି ଷ୍ଟ୍ରିଟ୍ ଲାଇଟ୍ ଲଗାଯିଵାର ଥିଲା ।ହଜାରେ କ୍ଲଷ୍ଟରରେ ୧୦ହଜାର ଷ୍ଟ୍ରିଟ୍ ଲାଇଟ୍ ଲାଗିଵାର ଥିଲା ତେବେ ଅଧିକାଂଶ ଯାଗାରେ କେଵଳ କାଗଜପତ୍ରରେ ଲାଗିଛି ଏଲ ଇ ଡି ଷ୍ଟ୍ରିଟ୍ ଲାଇଟ୍ । ଗିରଫ ଅଭିଯୁକ୍ତ ମାନେ ହେଲେ ଗିରିଜା ଶଙ୍କର ଦାସ, ଧରଣୀଧର ସାହୁ ଓ ବିଭୁତି ବିଶ୍ବାଳ। ତେବେ ଏହି ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ। ଏହି ମାମଲା ରେ ଅଧିକ ତଦନ୍ତ ଜାରି ରହିଥିଲା ବେଳେ ଆଗକୁ ଗିରଫଦାରୀ ସଂଖ୍ୟା ବୃଦ୍ଧି ପାଇବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।।
କଟକ ରୁ କାଁହୁ ଚରଣ ବାରିକ
ନବଦୂତNews#