Hot Posts

6/recent/ticker-posts

ଥାନାରେ ଅଟକ ଥିବା ଦିବ୍ୟାଙ୍ଗକୁ ହତ୍ୟା ଅଭିଯୋଗ; ୩ପୋଲିସ କର୍ମଚାରୀ ନିଲମ୍ବନ

କବିସୂର୍ଯ୍ୟ ନଗର, ୦୧/୦୬ ( ଜୟକୃଷ୍ଣ ପଟ୍ଟନାୟକ ) : ବିନା ଦୋଷରେ ଜଣେ ଦିବ୍ୟାଙ୍ଗଙ୍କୁ ଥାନାରେ ୭ଦିନ ଅଟକ ରଖି ପିଟିପିଟି ମାରିଦେବା ଭଳି ଘଟଣା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପୋଲିସ ନାମରେ ସାଂଘାତିକ ଅଭିଯୋଗ ହୋଇଛି। ମୃତ ଯୁବକ ହେଲେ ସୁବୁଳିଆ ଗାଁ ର ସୁଶାନ୍ତ ସାହୁ । ସୂଚନା ଅନୁସାରେ ସୁଶାନ୍ତ ସାହୁ ସୁବୁଳିଆ ର ଏକ ପଥର ଖାଦାନରେ ଶ୍ରମିକ ଭାବେ କାମ କରୁଥିଲେ l ସେଠାରେ କୌଣସି କାରଣରୁ ଝଗଡା ହୋଇଥିଲା l ଗତ ୨୫ ତାରିଖ ଦିନ ଉକ୍ତ ଘଟଣାରେ କବିସୂର୍ଯ୍ୟନଗର ପୋଲିସ ସୁଶାନ୍ତ ସହ ଅନ୍ୟ ଜଣକୁ ଉଠେଇ ଆଣିଥିଲେ l ହେଲେ ସୁଶାନ୍ତକୁ ଗତ ୨୫ ତାରିଖ ଠାରୁ ୩୧ ତାରିଖ ଯାଏଁ ଥାନାରେ ଅଟକ ରଖି ତଦନ୍ତ ଆଳରେ ନିସ୍ତୁକ ମାଡ଼ ମାରିବା ସହ ଦେହରେ ଗରମ ପାଣି ଢାଳି ଦେଇଥିବା ତାର ପରିବାର ଲୋକେ ଅଭିଯୋଗ ଆଣିଛନ୍ତି l ଗତ କାଲି ପୋଲିସ ସୁଶାନ୍ତକୁ ପରିବାର ଲୋକକୁ ହସ୍ତାନ୍ତର କରିଥିବା ବେଳେ ସୁଶାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିଲା। ଗୁରୁତର ଥିବା ସୁଶାନ୍ତକୁ ଚିକିତ୍ସା ପାଇଁ ବ୍ରହ୍ମପୁର ଏମ. କେ. ସି. ଜି ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାରଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି lଏହି ଘଟଣା କୁ ନେଇ ନ୍ୟାୟ ଦାବିରେ ତାର ପରିବାର ଲୋକେ ଥାନା ଆଗରେ ବସି ରହିଥିଲେ।ଗଞ୍ଜାମ ଏସପି ହରିଷ ବିଶି କବିସୂର୍ଯ୍ୟ ନଗର ଥାନାରେ ପହଞ୍ଚି ଏହି ଘଟଣାର ତଦନ୍ତ କରିଥିଲେ।କାର୍ଯ୍ୟାନୁଷ୍ଠାନ ସ୍ବରୂପ ୩ଜଣ ପୋଲିସ କର୍ମଚାରୀ ଙ୍କୁ ନିଲମ୍ବନ କରାଯାଇଛି। ଆଇପିଏସ ନୀତିଶ ମିଶ୍ରାକୁଂ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ସେପଟେ ଜଣେ ହୋମଗାର୍ଡ କୁ ସବୁଦିନ ପାଇଁ କାର୍ଯ୍ୟରୁ ବହିଷ୍କାର କରାଯାଇଛି। ଥାନାର ସମସ୍ତ କର୍ମଚାରୀଙ୍କୁ ଅନ୍ଯତ୍ର ବଦଳି କରାଯିବ ବୋଲି ଗଞ୍ଜାମ ଏସପି ସୂଚନା ଦେଇଛନ୍ତି।