ନୂଆପଡ଼ା, ୦୧/୦୬ ( ପରମେଶ୍ୱର ମେହେର ) : ନୂଆପଡା ଜିଲ୍ଲା, ସିନାପାଲି ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ଅଧକିଲୋମିଟର ଦୁରତା ଯୁଗେନପଦର ଛକ ନିକଟରେ ସରକାରୀ ଅର୍ଥରେ ନୂତନ ବସଷ୍ଟାଣ୍ଡ ନିର୍ମାଣ କାମ ଦିର୍ଘଦିନ ହେଲା ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ଲୋକାର୍ପଣ ନ ହୋଇ ସେଠାରେ କୌଣସି ବସ୍ ରହୁନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି । ଯାତ୍ରୀମାନଙ୍କ ସୁବିଧା ପାଇଁ ନିର୍ମିତ ଏହି ବସଷ୍ଟାଣ୍ଡ ଏବେ ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଛି। ସ୍ଥାନୀୟ ୟ ଲୋକଙ୍କ କହିବା ଅନୁଯାଇ, ବସଷ୍ଟାଣ୍ଡ ବସ ନିର୍ମାଣ ହେବା ପରେ ରହିବ ଯାତ୍ରୀମାନେ ବହୁତ ଆଶା ରଖୁଥିଲେ ଯେ ଏଠାରେ ବସ୍ ଓ ଯାତାୟାତରେ ସୁବିଧା ମିଳିବ କିନ୍ତୁ ଏପର୍ଯ୍ୟନ୍ତ କୌଣସି ବସ୍କୁ ଏଠାରେ ରଖାଯାଉ ନ ଥିବାରୁ ଯାତ୍ରୀମାନେ ରାସ୍ତା କଡରେ ଦଣ୍ଡାୟମାନ ରହି ବସ୍କୁ ଅପେକ୍ଷା କରିବା ପାଇଁ ବାଧ୍ଯ ହେଉଛନ୍ତି, କାହିଁ କି ନା ଏବେ ପର୍ଯ୍ୟନ୍ତ ତାହା ଲୋକାର୍ପଣହୋଇନାହିଁ ।ବର୍ଷା ଓ ଖରା ଦୁଇ ପରିସ୍ଥିତିରେ ଯାତ୍ରୀମାନେ ନାହିଁ ନଥୁବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ, ନୂତନ ବସଷ୍ଟାଣ୍ଡଟି କେବଳ ସଂଗ୍ରହାଳୟ (ମ୍ୟୁଜିୟମ) ହୋଇ ରହିଯାଇଛି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି। ବିଶେଷକରି ବୃଦ୍ଧ, ମହିଳା ଓ ଛାତ୍ରଛାତ୍ରୀମାନେ ଏହି ସମସ୍ୟାରେ ଅଧୂକ ପ୍ରଭାବିତ ହେଉଛନ୍ତିସ୍ଥାନୀୟ ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ ଦାବି କରୁଛନ୍ତି ଯେ ପରିବହନ ବିଭାଗ ଏବଂ ପ୍ରଶାସନ ଶୀଘ୍ର ଉଚିତ ପଦକ୍ଷେପ ନେଇ ସିନାପାଲି ବସଷ୍ଟାଣ୍ଡରେ ନିୟମିତ ଭାବେ ବସ୍ ରଖୁବା ବ୍ୟବସ୍ଥା କରନ୍ତୁ, ଯାହା ଫଳରେ ସାଧାରଣ ଲୋକ ଉପକୃତ ହେବେ ଏବଂ ଏହା ସହିତ ଉକ୍ତ ବସଷ୍ଟାଣ୍ଡ ରେ ବିଭିନ୍ନ ପଦପଦବୀ ରେ କାର୍ଯ୍ୟକରିବା ପାଇଁ ସ୍ଥାନୀୟ ଆଶାୟୀ ପ୍ରାର୍ଥୀଙ୍କ ନିଯୁକ୍ତି ଉପଲବ୍ଧ ହୋଇପାରିବ । ଏହି ଘଡିସନ୍ଧି ମୁହୂର୍ତ୍ତ ରେ ଧନୀ ଶ୍ରେଣିର କିଛି ପ୍ରଭାବ ଶାଳୀ ବ୍ୟକ୍ତିବିଶେଷ ବସଷ୍ଟାଣ୍ଡ ପରିସର ମଧ୍ୟରେ ନିର୍ମାଣ ହୋଇଥିବା ଦୋକାନ ଗୃହ କୁ ଅତ୍ୟଧୂକ ଟଙ୍କାରେ ନିଲାମ ରଖୁ, ତାହା ଅନ୍ୟକୁ ଭଡାରେ ଦେଇ ଅର୍ଥ ରୋଜଗାର କରିବାପାଇଁ ମଧ୍ୟ ଯୋଜନା କରୁଛନ୍ତି। ପ୍ରଶାସନ ଓ ପରିବହନ ବିଭାଗୀ ଅଧୂକାରୀ ମାନେ ଏହି ଦିଗରେ ଦୃଷ୍ଟିଗୋଚର କରି ସିଧାସଳଖ ହସ୍ତକ୍ଷେପ କରିବା ସହିତ ନିହାତି ଗରିବ ଅସହାୟ ବ୍ୟକ୍ତିମାନଙ୍କୁ ଏହି ଦୋକାନ ଗୃହ ରିହାତି ମୂଲ୍ୟରେ ଭଡାରେ ଉପଲବ୍ଧକରାଯାଇବା ପାଇଁ ସାଧାରଣଜନତା ଦାବି କରୁଛନ୍ତି । ଉକ୍ତଦୋକାନଗୃହ ମାନଙ୍କୁ କଉ ପ୍ରକ୍ରିୟାରେ ଭଡାରେ ଦିଆଯିବ ତାହା ଏପର୍ଯ୍ୟନ୍ତ ନିର୍ଧାରିତହୋଇନ ଥିବାରୁ ଦ୍ବନ୍ଦ ରେ ରହିଛନ୍ତି ଅଞ୍ଚଳବାସୀ
ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ
