Hot Posts

6/recent/ticker-posts

ଆନୁଷ୍ଠାନିକ ଭାବେ ଉଦଘାଟନ ହେଲା ପଞ୍ଚମ ପଦମପୁର ଶୀତଳ ଷଷ୍ଠୀ ମହୋତ୍ସବ।

ପଦ୍ମପୁର, ୧୬/୦୬ ( ଆଶିଷ କୁମାର ଭୋଇ ) : ବରଗଡ ଜିଲ୍ଲା ପଦ୍ମପୁର ଠାରେ ଆନୁଷ୍ଠାନିକ ଭାବେ ପଞ୍ଚମ ଶୀତଳ ଷଷ୍ଠୀ ମହୋତ୍ସବ ଉଦଘାଟିତ ହୋଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ପଦମପୁର ବିଧାୟିକା ବର୍ଷା ସିଂ ବରିହା, ଜିଲ୍ଳା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ , ପଦମପୁର ବ୍ଲକ୍ ଚେୟାରମେନ୍ ରଞ୍ଜିତ ସିଂ ବରିହା, ଏନ ଏ ସି ଚେୟାରମେନ୍ ଯୋଗଦେଇ ରାଜ ଦରବାର ତଥା ସେଲ୍ଫି ପଏଣ୍ଟ ର ଉଦଘାଟନ କରିଥିଲେ। 15 ତାରିଖ ରୁ 20 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଶୀତଳ ଷଷ୍ଠୀ ମହୋତ୍ସବ 5 ଦିନ ଧରି ଚାଲିବ। ମୁଖ୍ୟ ଆକର୍ଷଣ ଭାବେ ସେଲଫି ପଏଣ୍ଟ, ରାଜ ଦରବାର, ମୀନା ବଜାର ଦର୍ଶକଙ୍କ ମନ ଜିଣିବା ସହିତ ଦର୍ଶକ ମାନେ ଭରପୁର ଭାବେ ଉପଭୋଗ କରୁଛନ୍ତି।ଚଳିତ ବର୍ଷ ସଭାପତି ଭାବେ ଅଚ୍ୟୁତାନନ୍ଦ ସେଠ୍, ଉପ ସଭାପତି ଚୂଡ଼ାମଣି ମାଝୀ, ସମ୍ପାଦକ ସୁଦାମ ଚରଣ ଦାନି, ସହ ସମ୍ପାଦକ କମଳ ସାହୁ ମନୋନୀତ ହୋଇ ନିଜର ଦାୟିତ୍ଵ ତୁଲାଉଛନ୍ତି। କମିଟି ସଦସ୍ୟ ଭାବେ ଦେବରାଜ ସେଠ୍, ନରେଶ ଦାସ, ନିବାସ ସେଠ୍, ନୀତେଶ ଲୁହା,ଅଖିଳ ପୁରୋହିତ, ଅଭିଳାଷ ପଧାନ,ଦିପ୍ତିକୃଷ୍ଣ ଭୋଇ, ବାବି ଦୋରା, ରମଣୀ ଚନ୍ଦ୍ର ପାଗଡା,ତାପସ ନାୟକ, ହରି ଚନ୍ଦନ ସାହୁ, ସାନୁ ମେହେର, ଶଙ୍କର ସାହୁ, ନିକାଶ ନାୟକ ବିଶେଷ ଭାବରେ ସହଯୋଗ କରିଛନ୍ତି। ଚଳିତ ବର୍ଷ କନ୍ୟା ପିତା ମାତା ରୂପେ ପଦମପୁର ନିବାସୀ ଶ୍ରୀଯୁକ୍ତ ଅଜିତ କୁମାର ପାତ୍ର ଓ ଶ୍ରୀମତୀ ରଜନୀ ପାତ୍ର ସୌଭାଗ୍ୟ ପ୍ରାପ୍ତି କରିଥିବା ବେଳେ ବର ପିତା ମାତା ଭାବେ ସର୍ଗିବାହାଲ ନିବାସୀ ଶ୍ରୀଯୁକ୍ତ ପବିତ୍ର ମେହେର ଓ ଶ୍ରୀମତୀ ସୀତା ମେହେର ସୌଭାଗ୍ୟ ପ୍ରାପ୍ତି କରିଛନ୍ତି। ପୂଜକ ଭାବେ ସୁବ୍ରତ ଦାୟିତ୍ଵ ନିର୍ବାହ କରିଛନ୍ତି। ମଞ୍ଚ ପରିଚାଳନା ଦୀପକ ଦାସ ଓ ନିତୁ ସାହୁ କରିଥିବା ବେଳେ ତାଙ୍କୁ ପ୍ରତୀକ୍ଷା ବାରିକ, ସୃତି ପାତ୍ର ଓ ଆଶା ଡନସେନା ସହଯୋଗ କରିଥିଲେ। ହେପି ଫିଡ ଡାନ୍ସ ଗ୍ରୁପ ପ୍ରାରମ୍ଭିକ ନୃତ୍ୟ ପରିବେଷଣ କରିଥିଲେ।





ବରଗଡ ଜିଲ୍ଲା ରୁ ଆଶିଷ କୁମାର ଭୋଇ ଙ୍କ ରିପୋର୍ଟ।