ଭାରତୀୟ ମଜଦୂର ସଂଘ ପକ୍ଷରୁ ଶ୍ରମିକ ମାରଣ ନୀତି ପ୍ରତିବାଦରେ ଗଣ ଧାରଣା କୁ ନେଇ ସାମ୍ବାଦିକ ସମ୍ମିଳନୀ
ରାୟଗଡ଼ା, ୧୬/୦୬ ( ଭି. ଗୌରି ଶଙ୍କର ରାଓ ) : ଭାରତୀୟ ମଜଦୁର ସଙ୍ଘ ଦ୍ୱାରା ପରିଚାଳିତ ଓଡିଶା ଘରୋଇ ଉଦ୍ୟୋଗ ମଜଦୁର ମହାସଙ୍ଘ ତରଫରୁ ଆସନ୍ତା ଗୁରୁବାର ୧୮/୦୬/୨୦୨୬ ଦିନ ଶହ ଶହ କର୍ମଚାରୀ କଟକ ସ୍ଥିତ ଯୁଗ୍ମ ଶ୍ରମ ଆଯୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନସନ ରେ ବସିରହିବେ ଏଠାରେ ସୂଚନା ଜ୍ୟୋଗ୍ୟ ଯେ ଯୁଗ୍ମ ଶ୍ରମ ଆଯୁକ୍ତ ମାନନୀୟା କଳ୍ପନା ମିଶ୍ର ଙ୍କର କମ୍ପାନୀ ପ୍ରୀତି ଓ ଶ୍ରମିକ ମାରଣ ନୀତି କୁ ବିରୋଧ କରି କଟକ ଜିଲ୍ଳାର ସମସ୍ତ ଘରୋଇ ଉଦ୍ୟୋଗରରେ କାର୍ଯ୍ୟରତ ଶ୍ରମିକ ଭାଇ ଏକତ୍ରିତ ହୋଇ ଏହାକୁ ବିରୋଧ କରିବା ସହ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗଣ ଧାରଣରେ ବସି ରହିବେ ବୋଲି ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସଙ୍ଘ ପକ୍ଷରୁ କହିଛନ୍ତି,ଏଠାରେ ସୂଚନା ଯୋଗ୍ୟ ଯେ ଟାଟା ଷ୍ଟିଲ FAP ଆଠଗଡ଼ ଠିକା ଶ୍ରମିକ ସଙ୍ଘ ନାମରେ ଏକ ପଞ୍ଜିକରଣ ନିମନ୍ତେ ଗତ ୨୦୨୫ ନଭେମ୍ବର ମାସରେ ଦରଖସ୍ତ କରିଥିଲେ କିନ୍ତୁ ପରୀତାପର ବିଷୟ ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁଯାଇ କୌଣସି ଶ୍ରମିକ ସଙ୍ଘକୁ ଆବେଦନର ୪୫ ଦିନ ମଧ୍ୟରେ ପଞ୍ଜିକୃତ କରିବାର ବ୍ୟବସ୍ଥା ଥିଲେ ମଧ୍ୟ କଟକ ଜିଲ୍ଲାର ଶ୍ରମ ଅଧିକାରୀ ଓ ଯୁଗ୍ମ ଶ୍ରମ ଆଯୁକ୍ତ ସରକାରଙ୍କ ନିର୍ଦେଶ କୁ ଫୁ କରି ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ହାତ ବାରିଶି ହୋଇ କାର୍ଯ୍ୟ କରୁଛନ୍ତି ବୋଲି ରାୟଗଡ଼ା ଜିଲ୍ଲା କାର୍ଯ୍ୟକାରୀ ସଭାପତି ଧର୍ମ ସିଂ ନାଗ ଏବଂ ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁଙ୍କ ନେତୃତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଟ ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଂଘ ର ଉପସଭାପତି ଶ୍ରୀ ଯୋଗେଶ୍ୱର ଦାସ, ଓଡ଼ିଶା କନଷ୍ଟକସନ ମଜଦୂର ମହାସଂଘର ରାଜ୍ୟ ସଭାପତି ଶ୍ରୀ ମନୋଜ ବସନ୍ତରାୟ ଉପସ୍ଥିତ ରହି ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଓଡିଶା ଗୋଟିଏ ଶାନ୍ତିପ୍ରିୟ ରାଜ୍ୟ ଏଠାରେ ମୋହନ ଭାଇ ସରକାର ଏକ ଲୋକଙ୍କ ସରକାର ହୋଇଥିବାରୁ ଶ୍ରମିକ ମାନେ ନ୍ୟାୟ ପାଇବେ ବୋଲି ଆଶା କରିଛନ୍ତି ମାତ୍ର ଓଡିଶା ଘରୋଇ ଉଦ୍ୟୋଗ ମଜଦୁର ମହାସଙ୍ଘ ର ରାଜ୍ୟ ସଭାପତି ଅଶୋକ କୁମାର ସ୍ୱାଇଁ କହିଛନ୍ତି ରାଜ୍ୟ ସରକାରଙ୍କୁ ବଦନାମ କରିବାପାଇଁ କିଛି ଅସାଧୁ କର୍ମଚାରୀ ଙ୍କର ଏହା ଏକ ସୁ ଚିନ୍ତିତ ଯୋଜନା ଏହାକୁ ସଙ୍ଘ ଘୋର ବିରୋଧ କରିବ ବୋଲି ପ୍ରକାଶ କରିଛନ୍ତି।