Hot Posts

6/recent/ticker-posts

ସାରସ୍ୱତ ବାଲ ମନ୍ଦିରରେ ଶିକ୍ଷା ଶିକ୍ଷକ କର୍ମଶାଳା

ଜୟପୁର, ୧୪/୦୬ ( ଏ. ଭେଙ୍କଟ ରାଓ ) : ଜୟନଗର ସ୍ଥିତ ପାଇକ ସାହିରେ ଥିବା ସାରସ୍ୱତ ବାଲ ମନ୍ଦିରର ଶିକ୍ଷୟତ୍ରୀ ମାନଙ୍କୁ ନେଇ ପାଳିତ ହୋଇଛି ଶିକ୍ଷା ଓ ଶିକ୍ଷକ କର୍ମଶାଳା ଯାହାକି ଥିଲା ବିଦ୍ୟାଳୟର ବାର୍ଷିକ ଶିକ୍ଷା ଭିତ୍ତିକ କର୍ମଶାଳା। ଅନୁଷ୍ଠାନର ଅଧ୍ୟକ୍ଷା, ଶିକ୍ଷୟିତ୍ରୀଗଣ, ପରିଚାଳନା କମିଟିମାନଙ୍କର ପୂର୍ଣ୍ଣ ସହଯୋଗରେ ଏହି ୧୦ ଦିନିଆ କର୍ମଶାଳା ହୋଇପାରି ଥିଲା । ୫. ୬. ୨୬ ସନ୍ଧ୍ୟା ସମୟରେ ଆରମ୍ଭ ହୋଇଥିବା କର୍ମଶାଳା ୧୫ ତାରିଖରେ ଶେଷ ହେଲା।ପ୍ରଥମ ଦିନ ମାନସ୍ଥାତିକବିତ୍ତ ଏନ ସୁଧାକର, ଦ୍ଵିତୀୟ ଦିନରେ, ବିଜୟ ଲଷ୍ମୀ ପାଣିଗ୍ରାହୀ ଏବଂ ନିରଞ୍ଜନ ପାଣିଗ୍ରାହୀ କହିବା ଶୁଣିବା ମନେ ରଖିବା ବିଷୟରେ , ତୃତୀୟ ଦିନରେ କଳା ପ୍ରଶିକ୍ଷକ ନୃସିଂହ ଷଡ଼ଙ୍ଗୀ ଏବଂ ପଦ୍ମଚରଣ ଚୌଧୁରୀ ବିଭିନ୍ନ ଚିତ୍ର, କାଗଜରେ ମୃର୍ତ୍ତି, ଏବଂ ହସ୍ତ କାରିଗରୀ ଓ କଳା କୌଶଳ ବିଷୟରେ ଯାହାକୁ ନାମିତକରାଯାଇଥିଲା ଜୀବନଶୈଳୀରେ ଚିତ୍ର, ଚାରୁକଳାର ଆବଶ୍ୟକତା। ସଂଗୀତ ଶିକ୍ଷାରେ ସାହାଯ୍ୟ କରିଥିଲେ ମନ ରଞ୍ଜନ ଦାଶ, ଗୀତହିଁ ପିଲାଙ୍କ ପ୍ରକୃତ ଆହାର ନାମରେ ନାମିତ କରା ଯାଇଥିଲା । ପାଠ୍ୟଶାଳରେ ବ୍ୟାକରଣ, ପରେ ପଞ୍ଚାନନ ମିଶ୍ରଙ୍କ ଦ୍ୱାରା ଶିକ୍ଷା ଏବଂ ସାହାଯ୍ୟ ଉପକରଣ, ରାଧ ମୋହନ ପଣ୍ଡାଙ୍କ ଦ୍ୱାରା ହିନ୍ଦୀ ଜୀବନ କି ଧାରାହେ, ଏମ୍. ଡ଼ି. ସାରିଫଙ୍କ ଦ୍ୱାରା ଜ୍ଞାନ ହି ବିଜ୍ଞାନ ହେ, ଉଦୟ ଶଙ୍କର ଯାନୀଙ୍କ ଦ୍ୱାରା ପିଲାଙ୍କ ମନ, ଦିଲୀପ ପଣ୍ଡାଙ୍କ ଦ୍ୱାରା ସାହିତ୍ୟରେ ବିଜ୍ଞାନ, ବରିଷ୍ଠ ସାହିତ୍ୟିକ ଲଷ୍ମୀକାନ୍ତ ପାଢ଼ି ଙ୍କ ଦ୍ୱାରା ଶୁଦ୍ଧି ଅସୁଧି, ଅମର ମିଶ୍ରଙ୍କ ଦ୍ୱାରା ଶିକ୍ଷାରେ ଅଭିନୟ ଏବଂ ଶେଷରେ ନିରଞ୍ଜନ ପାଣିଗ୍ରାହୀ ଙ୍କ ଦ୍ୱାରା ନାଟକ ଏଫୋର୍ଟ ନେଭେର ଡାଇସ ପରିଚାଳନା କରାଯାଇଥିଲା ।ଏହି କର୍ମଶାଳା ଟିକୁ ଅନୁଷ୍ଠାନର ସମ୍ପାଦକ ନିରଞ୍ଜନ ପାଣିଗ୍ରାହୀ, ପ୍ରିନସିପାଲ ରିତାଲି ସାହୁ ପୂର୍ବତନ ବରିଷ୍ଠ ଉଦଘୋଷକ ତଥା ନାଟ୍ୟକାର ଉଦୟ ଶଙ୍କର ଯାନୀ ବିଦ୍ୟାଳୟର ସଭାପତି ଅନୁପ କୁମାର ସମନ୍ତରୟ ସିଆରସିସି ବିଜୟ ଲଷ୍ମୀ ପାଣିଗ୍ରାହୀ ବାର୍ଷିକ କର୍ମଶାଳାଟିକୁ ପରିଚାଳନା କରିଥିଲେ ।