ଲୋକଙ୍କ_ପାଇଁ_ଦିନଟିଏ_ମାଗଣା, ମାଗଣାରେ_ଦହିବରା_ବଣ୍ଟନ
କଟକ, ୦୩/୦୬ ( କାହୁଁ ଚରଣ ବାରିକ ) : କଟକର ପ୍ରସିଦ୍ଧ ଦହିବରା ବ୍ୟବସାୟୀ ବାବୁଲା ଦହିବରାଙ୍କ ପକ୍ଷରୁ ଆଜି ଲୋକଙ୍କୁ ମାଗଣାରେ ଦହିବରା ବଣ୍ଟନ କରାଯାଉଛି। କଟକ କୃଷକ ବଜାର ନିକଟରେ ନିଜ ବ୍ୟବସାୟ ସ୍ଥଳରେ ସକାଳୁ ଶହ ଶହ ଲୋକଙ୍କୁ ଦହିବରା ଖୁଆଇ ସେ ଚର୍ଚ୍ଚାରେ ରହିଛନ୍ତି। ବାବୁଲାଙ୍କ ଏହି ଅଭିନବ ପଦକ୍ଷେପକୁ ସାଧାରଣ ଲୋକେ ସ୍ୱାଗତ କରିଥିବା ବେଳେ ଦହିବରା ଖାଇବା ପାଇଁ ବେଶ ଭିଡ଼ ଜମିଥିଲା।