ଓଡିଶା ଜଳ ସମ୍ମିଳନୀ ୨୦୨୬ ଉଦଯାପିତ
ଭବାନୀପାଟଣା, ୨୦/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ କିସ କ୍ୟାମ୍ପସରେ ଚାଲିଥିବା ଦୁଇ ଦିନିଆ ଓଡିଶା ଜଳ ସମ୍ମିଳନୀ ଉଦଯାପନ ହୋଇଯାଇଛି। ଦ୍ଵିତୀୟ ଦିନର ପ୍ରଥମ ଅଧିବେଶନ ରେ ଆଶା ର ଭୁବନ ଏସ ପଟେଲଆଶା, ଇନ୍ଦ୍ରାବତୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରଣୟ ପ୍ରଧାନ, ଏଫ୍ ଇ ଏସ ର ଦ୍ରୋଣ କୁମାର ଚନ୍ଦ୍ରାକର, ମଞ୍ଚାସିନ ଥିବା ବେଳେ ହୃଦାନନ୍ଦ ମାଝୀ ପରିଚାଳନା କରିଥିଲେ। ଏଥିରେ ଜଳର ସଂରକ୍ଷଣ ପାଇଁ ଆଧୁନିକ କୌଶଳ ଓ ପ୍ରଯୁକ୍ତି ବିଦ୍ୟା ବ୍ୟବହାର ଉପରେ ଆଲୋଚନା କରଯାଇଥିଲା। ଦ୍ଵିତୀୟ ଅଧିବେଶନରେ ମାଁ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ର ଉପ କୂଳପତି ଡାକ୍ଟର ପବନ କୁମାର ଅଗ୍ରୱାଲ, ରାଜିନ୍ଦର ସିଂ ରାଜ୍ୟ କାର୍ଯ୍ୟକ୍ରମ ପରିଚାଳକ - ରିଲାଏନ୍ସ ଫାଉଣ୍ଡେସନ, ସୁକାନ୍ତ କୁମାର ସୁବୁଦ୍ଧି ଅବସର ପ୍ରାପ୍ତ ସହ ନିର୍ଦ୍ଦେଶକ - ଉଦ୍ୟାନ କୃଷି, ତପନ କୁମାର ପାଢ଼ୀ - ପଲିସି ଏକ୍ସପର୍ଟ ମଞ୍ଚାସିନ ଥିବାବେଳେ, ୟୁଏନଏଫପିଏ ର ସନ୍ଦିପ ପଟ୍ଟନାୟକ - ସଂଯୋଜନା କରିଥିଲେ। ଶେଷରେ ଅଧିବେଶନରେ ପ୍ରଦ୍ୟୁମ୍ନ କୁମାର ଦାସ, ପି ଏ - ଆ ଟି ଡି ଏ, ଜିଲ୍ଲା ସାମାଜିକ ସମୀକ୍ଷକ ଶଶାଙ୍କ ଶେଖର ଭୋଇ ଯୋଗଦେଇ, ଏହି ଭଳିଆ ସମ୍ମିଳନୀ ସରକାର, ବେସରକାରୀ ସଂସ୍ଥା, ବିଶ୍ଲେଷଣକାରି, କୃଷକ , ଯୁବକଙ୍କୁ ଜଳ ଉପରେ ଚିନ୍ତନ ଓ ଆହୁରି କାର୍ଯ୍ୟ କରିବା ପାଇଁ ସହାୟକ ହେବ ବୋଲି କହିଥିଲେ।
ଶେଷରେ ୫ଟି ପ୍ରମୁଖ ସଂକଳ୍ପ ପତ୍ର ପ୍ରକାଶିତ ହୋଇଥିଲା । ଏଥିରେ
୧. ଜଳ ଏକ ସାଧାରଣ ସମ୍ପଦ ଏବଂ ଏକ ମିଳିତ ଦାୟିତ୍ୱ। ଜଳ ସୁରକ୍ଷା ହେଉଛି ଏକ ସାମୂହିକ ଦାୟିତ୍ୱ ଯାହା ସମସ୍ତ ଅଂଶୀଦାରଙ୍କ ଆବଶ୍ୟକ କରେ। ପ୍ରଥମ ବର୍ଷରେ କୋଆଲିସନ୍ ଫର୍ ଚେଞ୍ଜ ଇନ୍ ଓଡିଶା ର ସ୍ୱେଚ୍ଛାସେବୀ ସଂଗଠନ ଆଗାମି ଏକବର୍ଷରେ କଳାହାଣ୍ଡିର ୮ଟି ବ୍ଲକ୍, ୭୩ଟି ଗ୍ରାମ ପଞ୍ଚାୟତର ୨୪୫ଟି ଗ୍ରାମରେ ଜଳ ସୁରକ୍ଷିତ ଗ୍ରାମ ପଞ୍ଚାୟତ ଗଠନ ଦିଗରେ କାର୍ଯ୍ୟ କରିବାକୁ ସମ୍ମତି ପ୍ରକାଶ କରିଛନ୍ତି।
୨. ଗ୍ରାମ୍ୟ ଅନୁଷ୍ଠାନଗୁଡ଼ିକୁ ଶକ୍ତିଶାଳୀ କରାଯିବା ଉଚିତ ଏବଂ ଜଳ ସମ୍ପଦର ଯୋଜନା, ସଂରକ୍ଷଣ, ପରିଚାଳନା ଏବଂ ଅନୁଧ୍ୟାନ ସମେତ ଜଳ ଶାସନରେ ସେମାନଙ୍କୁ ମୁଖ୍ୟ ଭୂମିକା ପ୍ରଦାନ କରାଯିବା ଉଚିତ ।
୩. ଜିପିଡିପି ମାଧ୍ୟମରେ ଜଳ ସୁରକ୍ଷା ପଦକ୍ଷେପଗୁଡ଼ିକର ପ୍ରଭାବଶାଳୀ ଅଂଶଗ୍ରହଣକାରୀ ଯୋଜନା ଏବଂ କାର୍ଯ୍ୟକାରୀ କରିବା ପାଇଁ ଗ୍ରାମସଭା, ପଲ୍ଲୀସଭା ଏବଂ ପଞ୍ଚାୟତ ସ୍ତରୀୟ ସ୍ଥାୟୀ କମିଟିଗୁଡ଼ିକୁ ସଦୃଢ଼ କରାଯିବ।
୪. ସମସ୍ତ ଅଂଶଗ୍ରହଣକାରୀ ସମାଜିକ ସଂଗଠନ, ସରକାରୀ ଅନୁଷ୍ଠାନଗୁଡ଼ିକ ସହିତ ଏକ ସାଧାରଣ ଢାଞ୍ଚା ଏବଂ ସ୍ପଷ୍ଟ ଭାବରେ ସଂଜ୍ଞାୟିତ ଭୂମିକା ମାଧ୍ୟମରେ ଜଳ-ସୁରକ୍ଷିତ ଗ୍ରାମ ଏବଂ ଗ୍ରାମ ପଞ୍ଚାୟତ ଦିଗରେ କାର୍ଯ୍ୟ କରିବାକୁ ସହମତି ପ୍ରକାଶ କରିଥିଲେ।
୫. ପ୍ରଦୂଷଣକୁ ଦୂର କରିବା, ପ୍ରଦୂଷଣରୁ ଜଳ ଉତ୍ସଗୁଡ଼ିକୁ ରକ୍ଷା କରିବା, ନିୟମିତ ଜଳ ଗୁଣବତ୍ତା ଅନୁଧ୍ୟାନକୁ ପ୍ରୋତ୍ସାହିତ କରି ଜଳର ଗୁଣବତ୍ତା ଏବଂ ନିରାପଦ ପାନୀୟ ଜଳକୁ ପ୍ରାଥମିକତା ଦେବାପାଇଁ ସହମତି ପ୍ରକାଶ ପାଇଥିଲା।
ଶେଷରେ ଗ୍ରାମ ବିକାଶର ସୁରେଶ କୁମାର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ