ପଦ୍ମପୁର, ୨୦/୦୬ ( ଆଶିଷ କୁମାର ଭୋଇ ) : ବରଗଡ ଜିଲ୍ଲା ପଦମପୁର ବଡ଼ବନ୍ଧ ସ୍ଥିତ ରାମେଶ୍ବର ବାବା ଙ୍କ ପଞ୍ଚମ ଶୀତଳ ଷଷ୍ଠୀ ଯାତ୍ରା ପଞ୍ଚମ ଦିବସରେ ବୈଦିକ ରୀତି ନୀତି ରେ ସମ୍ପନ୍ନ ହୋଇଛି। ଗଣ୍ଠିଆଳ ଫିଟା , ରାତ୍ରରେ ବରାନୁଗମନ ସମାପନ ପଦ୍ମପୁର ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ ଜଗତ ଜନନୀ ମା ପାର୍ବତୀଙ୍କୁ କନ୍ୟା ରୂପେ ପାଇ ଶ୍ରୀଯୁକ୍ତ ଅଜିତ କୁମାର ପାତ୍ର ଓ ଶ୍ରୀମତୀ ରଜନୀ ପାତ୍ର ସୌଭାଗ୍ୟ ପ୍ରାପ୍ତି କରିଥିବା ବେଳେ ବର ପିତା ମାତା ଭାବେ ସର୍ଗିବାହାଲ ନିବାସୀ ଶ୍ରୀଯୁକ୍ତ ପବିତ୍ର ମେହେର ଓ ଶ୍ରୀମତୀ ସୀତା ମେହେର ସୌଭାଗ୍ୟ ପ୍ରାପ୍ତି କରିଛନ୍ତି। ପୂଜକ ଭାବେ ସୁବ୍ରତ ଦାୟିତ୍ଵ ନିର୍ବାହ କରିଛନ୍ତି। ଶିବ ପାର୍ବତୀ ଯୁଗଳ ମୃତ୍ତି ଆଳତୀ ରେ ଘଣ୍ଟ, ଶଙ୍ଖ, ଡମ୍ବରୁ ର ତାଳେ ତାଳେ ଆଳତୀ ସରିବା ପରେ ଯୁଗଳ ମୃତ୍ତି ଶ୍ରଦ୍ଧାଳୁ ଙ୍କ ଦର୍ଶନ ପାଇଁ ନଗର ପରିକ୍ରମା କରିଥିଲେ l ଏହି ନଗର ପରିକ୍ରମା ରେ ଘଣ୍ଟ ବାଦ୍ୟ, କଲମିନାଚ, ଅଗୋରି, କାଲି ନୃତ୍ୟ ଆଞ୍ଚଳିକ ଲୋକ କଳା ନୃତ୍ୟ, ଓଡିଶା ବାହାରୁ ଆସିଥିବା ସଂସ୍କୃତିକ ଦଳ ତତ ସହିତ ଡିଜେ, ମେଲୋଡି, କିନ୍ନର ନୃତ୍ୟ, ମହାପ୍ରଭୁ ଙ୍କ ମେଢ଼ ଆହୁରି ମଧ୍ୟ ଅନେକ ସଂସ୍କୃତିକ ଦଳ ନଗର ପରିକ୍ରମା ରେ ଅଂଶଗ୍ରହଣ କରିଥିଲେ l ସବୁଠାରୁ ପ୍ରଂଶସା ର ପାତ୍ର ଗ୍ରହଣ କରିଥିଲେ l ପଦ୍ମପୁର ପୋଲିସ ଯିଏ କି ଟ୍ରାଫିକ ସମସ୍ୟା ଭଲଭାବରେ ତୁଲାଇ ଥିବା ବେଳେ, ଅତ୍ୟଧିକ ଜନ ସମାଗମ କୁ ସଠିକ ଭାବରେ ନିୟନ୍ତ୍ରଣ କରିଥିଲେ l ଯାହାକି ପଦ୍ମପୁର ଜନସାଧାରଣ ଙ୍କ ଦ୍ୱାରା ପୋଲିସ ପ୍ରଶାସନ ପାତ୍ର ହୋଇଛନ୍ତି lସବୁଠାରୁ ବିଶେଷ ଧନ୍ୟବାଦ ଦେବକୁ ପଡିବ ରାମେଶ୍ୱର ମନ୍ଦିର ବଡ଼ବନ୍ଦ ର ସଭାପତି, ସମ୍ପାଦକ କୋଷାଧକ୍ଷ ତଥା ସମସ୍ତ ସଦସ୍ୟ ମାନଙ୍କୁ ଯେଉଁ ମାନେକି ପାଞ୍ଚ ଦିନ ଧରି ଚାଲିଥିବା ଶୀତଳ ଷଷ୍ଠୀ ମହୋତ୍ସବ କୁ ସଠିକ ଭାବରେ ପରିଚାଳନା କରିଥିବା l ବିନା ବାଧା ବିଘ୍ନ ରେ ଶୀତଳ ଷଷ୍ଠି ମହୋତ୍ସବ ସୁପରିଚାଳନା କରିଥିଲେ l ଆହୁରି ମଧ୍ୟ କମିଟୀ ତରଫରୁ ଦୁଇଦିନ ଧରି ଚାଲିଥିବା ଅନ୍ନଭୋଗ କୁ ଭକ୍ତ ଶ୍ରଦ୍ଧାଳୁ ମାନେ ପ୍ରସାଦ ସେବନ କରି ରାମେଶ୍ୱର ଶୀତଳ ଷଷ୍ଠୀ କୁ ବିଶେଷ ଭାବରେ ପ୍ରଶାସନ କରିଛନ୍ତି l ଲୋକଙ୍କ ମୋନରଞ୍ଜନ ପାଇଁ ତିନି ଦିନଧରି ରାଜଦରବାର ଚାଲିଥିବା ବେଳେ ଶେଷ ରଜନୀ ରେ ଅଶୋକ ଛୁରିଆ ଙ୍କ କୃଷ୍ଣ ଗୁରୁ ଦଳ ଭରପୁର ଭାବରେ ମନୋରଞ୍ଜନ କରିଥିଲେ l ସବୁଠାରୁ ମୁଖ୍ୟ ଆକର୍ଷଣ ଥିଲା କୁନି କୁନି ଛୁଆ ମାନଙ୍କ ଫେସନ ସୋ ଯାହାକି ଦର୍ଶକ ମାନଙ୍କୁ ପଦ୍ମପୁର ସହର ରେ କୁନି କୁନି ଛୁଆ ଙ୍କ ପ୍ରତିଭା ଦେଖି ବିମୋହିତ କରିଥିଲା l
ବରଗଡ଼ ଜିଲ୍ଲା ରୁ ଆଶିଷ କୁମାର ଭୋଇ ଙ୍କ ରିପୋର୍ଟ

