ମାଲକାନଗିରି, ୨୨/୦୬ ( ଶରତ ଚନ୍ଦ୍ର ଖରା ) : ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ କାଲିମେଳା ପଞ୍ଚାୟତ ସମିତି ଅନ୍ତର୍ଗତ ମାଲାଭରମ ପଞ୍ଚାୟତ ରେ ପ୍ରଶାସନର ମିଳିତ ଅଭିଯୋଗ ଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ବିଶେଷ ଶିବିରରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ, ଏସପି ବିନୋଦ ପାଟିଲ ଯୋଗଦେଇ ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗ ଗୁଡ଼ିକୁ ପ୍ରତ୍ୟକ୍ଷ ଭାବେ ଶୁଣିଥିଲେ। ଏହି ଶିବିରରେ ମୋଟ ୩୦ ଟି ଅଭିଯୋଗ ପତ୍ର ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ୨୦ ଟି ଅଭିଯୋଗ ବିଭିନ୍ନ ଗ୍ରାମର ସାମୂହିକ ସମସ୍ୟାକୁ ନେଇ ହୋଇଥିବା ବେଳେ ୯ ଟି ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ଥିଲା। ପ୍ରଶାସନ ପକ୍ଷରୁ ସେହି ସ୍ଥାନରେ ହିଁ ଗୋଟିଏ ଗୁରୁତ୍ଵପୂର୍ଣ୍ଣ ମାମଲାର ତତ୍କାଳ ସମାଧାନ କରାଯାଇଥିଲା। ବାକି ରହିଥିବା ଅଭିଯୋଗ ଗୁଡ଼ିକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମାଧାନ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।ଏହି ଶିବିର ରେ ଅନ୍ୟାନ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ମାଲକାନଗିରି ଜିଲ୍ଲା ପ୍ରତିନିଧି ଶ୍ରୀ ଶରତ ଚନ୍ଦ୍ର ଖରା ଙ୍କ ରିପୋର୍ଟ ନବଦୂତ ନ୍ୟୁଜ

