Hot Posts

6/recent/ticker-posts

କଳାହାଣ୍ଡି : ଭଇରିଗୁଡ଼ା ପଞ୍ଚାୟତ ରେ ଖେଳ ପଡ଼ିଆ ନିର୍ମାଣ ପାଇଁ ଦାବୀ ହୋଇଛି ।

କଳାହାଣ୍ଡି, ୨୨/୦୬ ( ରିତେଶ କୁମାର ମୁଣ୍ଡ ) : ଜୁନାଗଡ ବ୍ଲକ ଅନ୍ତର୍ଗତ ଭଇରିଗୁଡ଼ା ଗ୍ରାମ ର ଯୁବକ ମାନେ କ୍ରୀଡ଼ା କ୍ଷେତ୍ରରେ ଜିଲ୍ଲା ରେ ନିଜସ୍ବ ପରିଚୟ ସୃଷ୍ଟି କରିପାରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଫୁଟବଲ୍, କ୍ରିକେଟ,ଭଲିବଲ୍, ପ୍ରତିଯୋଗିତା ରେ ବିଗତ ଦୁଇ ବର୍ଷ ମଧ୍ୟରେ ଅନେକ ପ୍ରଥମ ଓ ଦ୍ବିତୀୟ ବିଯୟତା ନିଜ ଗାଁ ନାମରେ ଦଖଲ କରିଛନ୍ତି। ବିଡ଼ମ୍ବନା ହେଉଛି କୌଣସି ଖେଳ ପଡ଼ିଆ ଏହି ଗ୍ରାମ ପଞ୍ଚାୟତ ରେ ନାହିଁ। କେବଳ କୁରୁଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳ ପଡିଆ ଉପରେ ନିର୍ଭର କରିଥାନ୍ତି କିନ୍ତୁ ଯେହେତୁ ବିଦ୍ୟାଳୟର ଛାତ୍ର ଛାତ୍ରୀ ନିଜେ ପଡ଼ିଆ କୁ ବ୍ୟବହାର କରନ୍ତି ଏଣୁ ଗାଁ ର ଯୁବକ ମାନଙ୍କୁ ଖେଳ ଅଭ୍ୟାସ ରେ ବାଧା ସୃଷ୍ଟି ହେବାର ନଜର କୁ ଆସିଛି। ଏହାର ସମାଧାନ ପାଇଁ ଏକ ସରକାରୀ ଅନାବାଦୀ ସ୍ଥାନକୁ ଗାଁ ର କ୍ରୀଡ଼ା ପ୍ରେମୀ ଯୁବକ ମାନେ ଅନାବନା ଗଛ କୁ ସଫା କରି ଏକ ପାଡ଼ିଆର ରୂପ ଦେବା ଚେଷ୍ଟା କରିଛନ୍ତି। କିନ୍ତୁ ଯେହେତୁ ପଡ଼ିଆ ସମତଳ ନୁହେଁ କେଊଁ ଜାଗାରେ ଖାଲ ତ କେଉଁ ଜାଗାରେ ଢିପ ଜମି ଥିବାରୁ ଏହା ଖେଲପୋଜୋଗୀ ହୋଇ ପାରୁ ନାହିଁ। ଏଣୁ ସରକାରୀ ସହାୟତା ପ୍ରଦାନ କଲେ ଏକ ଭଲ ଖେଳ ପଡ଼ିଆ ହୋଇ ପାରିବ ବୋଲି ଖେଳାଳି ମାନେ ମତ ପ୍ରକାଶ କରିଛନ୍ତି। ଗାଁ ର ଅନେକ କ୍ରୀଡ଼ା ପ୍ରେମୀ ପଡ଼ିଆ ନିର୍ମାଣ ପାଇଁ ଅର୍ଥ ସାହାଯ୍ୟ କରି ଥିବାରୁ ଗ୍ରାମବାସୀ ଧନ୍ୟବାଦ୍ ଜଣାଇଛନ୍ତି। ଏବଂ ସ୍ଥାନୀୟ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ସାଂସଦ ଶ୍ରୀମତୀ ମାଲବିକା ଦେବୀ ତଥା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି।