Hot Posts

6/recent/ticker-posts

ଶମ୍ଭୁନାଥ ଉଚ୍ଚବିଦ୍ୟାଳୟରେ ପୋକରା ଚାଉଳ ଦେଖି ଅବାକ୍ ହେଲେ ତଦନ୍ତ ଅଫିସର। ଜନଶୁଣାଣୀ ଶିବରରେ ହୋଇଥିଲା ଅଭିଯୋଗ

ବାଲେଶ୍ୱର, ୧୭/୦୬ (ପ୍ରଭାକର ମଲ୍ଲିକ) : ବାଲେଶ୍ୱର ଜିଲ୍ଲାର ବସ୍ତା ଶମ୍ଭୁନାଥ ଉଚ୍ଚବିଦ୍ୟଳୟରେ ପ୍ରଧାନ ଶିକ୍ଷକ ବିବାଦ ପିଛା ଛାଡୁନି। ତେବେ ବସ୍ତା ବ୍ଲକ ଜନଶୁଣାଣୀ ଶିବିରରେ ଶମ୍ଭୁନାଥ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଯୁକ୍ତି ଓ ତାଲା ଖୋଲିବାକୁ ନେଇ ଉଭୟ ଗୋଷ୍ଠୀର ଦାବି ପତ୍ର ପ୍ରଦାନ କରିଥିଲେ ଜନଶୁଣାଣି ଶିବିରରେ। ସୂଚନା ଥାଉ କି ଯେ,ବସ୍ତା ବ୍ଲକ ଜନଶୁଣାଣୀ ଶିବିରକୁ ଉପଜିଲ୍ଲାପାଳ ଶିବ ମାଲବିୟଙ୍କ ଦ୍ଵାରା ପରିଚାଳନା ହୋଇଥିବା ବେଳେ ତିନି ମାସ ଧରି ବସ୍ତା ଶମ୍ବୁନାଥ ହାଇସ୍କୁଲରେ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ବଦଳି ଦାବି କରି ଗେଟରେ ତାଲା ପକାଇ ରଖି ସ୍କୁଲ ପରିଚାଳନା କମିଟି, ଆଲୁମିନି କମିଟି ଓ ଅବିଭାବକ ମାନେ ଦାବି ପତ୍ର ଦେଇଥିଲେ। ଅପରପକ୍ଷେ ସ୍କୁଲରେ ତାଲା ଖୋଲିବା ଦାବି କରି ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କ ସହ କିଛି ଯୁବକ ଦାବି ପତ୍ର ଦେଇଥିଲେ। ଉଭୟ ଗୋଷ୍ଠୀର ଦାବି ପତ୍ରକୁ ବିଚାର କରି ଉପଜିଲ୍ଲାପାଳ ତ୍ବରିତ ତଦନ୍ତ ପାଇଁ ଜିଲ୍ଲା ଗୋଷ୍ଠୀ ଶିକ୍ଷା ଅଧିକାର ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ନିର୍ଦ୍ଦେଶ ମୂଳେ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀ ସ୍କୁଲ ପରିସରରେ ପହଞ୍ଚି ଘଟଣା ବିଷୟରେ ଜାଣିବା ପାଇଁ ସ୍କୁଲ କମିଟି ଓ ଅଲୁମିନି କମିଟିଙ୍କୁ ଡକାଇଥିଲେ। ତତ ସହିତ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଅଳକା ବିନ୍ଧାଣିଙ୍କୁ ମଧ୍ୟ ଫୋନ କରି ଡାକିବିକୁ ଚେଷ୍ଟା କରିଥିଲେ। ହେଲେ ପ୍ରଧାନଶିକ୍ଷୟିତ୍ରୀ ଫୋନ ଉଠାଇ ନଥିଲେ। ତଦନ୍ତ ଟିମ ସ୍କୁଲ କମିଟି ଓ ଅଲୁମିନି କମିଟି,  ଅବିଭାବକଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବା ପରେ ଜିଲ୍ଲା ଶିକ୍ଷାଧି କାରୀ ସ୍କୁଲ ମର ଏମଡିଏମ କୁ ନେଇ ଚର୍ଚ୍ଚା ହୋଇଥିଲା।ସ୍କୁଲରେ ଶତାଧିକ ବସ୍ତା ପୋକରା ଚାଉଳ ଗଛିତ ଥିବା ଶୁଣି ଆଶ୍ଚର୍ଯ୍ୟହୋଇ ଥିଲେ। ଏବଂ ନିଜେ ସେସବୁ ନିଜେ ଦେଖି ହତବାକ ହୋଇଥିଲେ , ଅଭିଯୋଗ ମୂଳେ ଏମଡିଏମର ଖାତା ଯାଞ୍ଚ କରିବାକୁ ମାଗୁଥିବା ବେଳେ ସ୍କୁଲରେ ଏମଡିଏମ ଓ ଖେଳ ସାମଗ୍ରୀର କୌଣସି ଖାତା ନଥିବା ଜଣାପଡିଥିଲା। ସମସ୍ତ ଘଟଣା ଆଲୋଚନା ସମୟରେ ଉଭୟ ଶିକ୍ଷା ଅଧିକାରୀ ଶ୍ରୀମତୀ ବିନ୍ଧାଣୀଙ୍କୁ ପରିବର୍ତନ ହେବାକୁ ବହୁ ସୁଯୋଗ ଦିଆଯାଇଥିବା କହୁଥିବା ବେଳେ ଉପସ୍ଥିତ ସଦସ୍ୟ ମାନେ ତାଙ୍କୁ ଏଠାରୁ ଅନ୍ୟତ୍ର ବଦଳି କରିବାକୁ ଜିଦରେ ଅଡି ରହି ଥିବା ଦେଖିବାଳୁ ମିଳିଥିଲା। ଶେଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଜିଲ୍ଲା ପାଳଙ୍କ ହସ୍ତକ୍ଷେପ ଲୋଡ଼ିବା ସହ ଆଲୋଚନା କରି ତଦନ୍ତ ରିପୋର୍ଟ ଶିକ୍ଷା ବିଭାଗର ଡାଇରେକ୍ଟରଙ୍କୁ ଜଣାଇବେ ବୋଲି ପ୍ରକାଶ କରିଥିଲେ।ତେବେ କମିଟି ପକ୍ଷରୁ ସ୍କୁଲ ଗେଟରେ ତାଲା ପକାଇବା ବଳବତର ରହିବ ବୋଲି ଅଭିଯୋଗ କାରି କହିଥିଲେ।


ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l